ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନବୀନଙ୍କୁ ରାଜା ସ୍ଵାଇଁଙ୍କ ଚିଠି, ସଙ୍ଗଠନରେ ସଂରକ୍ଷଣ କରିବାକୁ ପ୍ରସ୍ତାବ

Published By : Rasmita Pradhan | April 14, 2025 12:58 PM

ଭୁବନେଶ୍ଵର, ୧୪/୦୪ : ବିଜେଡିର ପିଛା ଛାଡ଼ୁନି ବିବାଦ। ସାଙ୍ଗଠନିକ ନିର୍ବାଚନ ଭିତ୍ତିରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସଙ୍ଗଠନରେ ସଂରକ୍ଷଣ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଲେ ରାଜା। ସେ ଲେଖିଛନ୍ତି ଯେ,ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଙ୍ଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ । 

ୱାକଫ୍ ବିଲ୍‌ ନେଇ ମଧ୍ୟ ରାଜା ସ୍ଵାଇଁ ସତର୍କ କରାଇଛନ୍ତି। ସେ ଲେଖିଛନ୍ତି ଯେ, ୱାକପ୍ ବିଲ୍‌ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ତେଣୁ ଧର୍ମ ନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। ତେବେ ରାଜା ସ୍ଵାଇଁଙ୍କ ଚିଠି ପରେ ବିଜେଡିରେ ହଲଚଲ୍ ବଢିଛି। 

ଏହି ଖବରଟିକୁ ପଢନ୍ତୁ-ବିଜେଡି ସାଂଗଠନିକ ନିର୍ବାଚନ: ୧୯ରେ ରାଜ୍ୟ ସଭାପତି ଘୋଷଣା, ୧୨ ଜିଲ୍ଲା ସଭାପତି ନେଇ କେଁ

ସୂତ୍ର ଅନୁସାରେ, ଆସନ୍ତା ୧୯ ତାରିଖରେ  ବିଜେଡି ସାଂଗଠନିକ ନିର୍ବାଚନର ଚୂଡ଼ାନ୍ତ ଦିନ ।  ସେଦିନ ସଭାପତିଙ୍କ ନାମ ଘୋଷଣା ହେବ । ନବୀନ  ପୁଣି ଥରେ ଏହି ପଦରେ ବସିବେ, ଏଥିରେ ସନ୍ଦେହ ନାହିଁ । ଇତିମଧ୍ୟରେ ପ୍ରାୟ ୧୬ଟି ଜିଲ୍ଲାର ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏତେବେଳକୁ ପଞ୍ଚାୟତରୁ ରାଜ୍ୟସ୍ତର ଯାଏ ଦଳ ଉଠୁଥାନ୍ତା ପଡ଼ୁଥାନ୍ତା । ବଳ କଷାକଷି, ଲବିରେ କମ୍ପାଉଥାନ୍ତେ ତୃଣମୂଳରୁ ଆରମ୍ଭ କରି  ରାଜ୍ୟସ୍ତରୀୟ ନେତାମାନେ । ମାତ୍ର ସେମିତି  କିଛି ବାତାବରଣ ଦେଖିବାକୁ ମିଳୁନି ଏଥର । ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ହେଉଛି, ପଦପଦବି  ପାଇଁ ନେତା, କର୍ମୀଙ୍କ ଭିତରେ ସେତିକି ଉତ୍ସାହ ଦେଖିବାକୁ ମିଳୁନି । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.