ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରାଜଧାନୀ କଲେଜରେ ଅଣଛାତ୍ରଙ୍କ ଆତଙ୍କ: ଛାତ୍ରଙ୍କୁ ବିୟର ବୋତଲରେ ଆକ୍ରମଣ, ଥାନାରେ ମାମଲା

Published By : Prameya | June 29, 2025 11:22 AM

ଭୁବନେଶ୍ୱର,୨୯/୦୬: ରାଜଧାନୀ କଲେଜରେ ପୁଣି ଜଣେ ଯୁକ୍ତ ୩ ଛାତ୍ରଙ୍କୁ ଆକ୍ରମଣ ହୋଇଛି । ପୂର୍ବ କଥାକୁ କେନ୍ଦ୍ର  କରି କିଛି ଅଣଛାତ୍ର ଏହି ଆକ୍ରମଣ  କରିଥିବା ଜଣାପଡ଼ିଛି । ଏଥିରେ ଆହତ ହୋଇଛନ୍ତି ଯୁକ୍ତ ୩ ଛାତ୍ର ଶ୍ରୀମାନ ସୌଭାଗ୍ୟ  ମହାପାତ୍ର । ଏନେଇ ସେ ଖଣ୍ଡଗିରି ଥାନାରେ  ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।  

ଶ୍ରୀମାନଙ୍କ ଘର ପାତ୍ରପଡ଼ା ଶଙ୍କର  ବିହାରରେ । ସେ ରାଜଧାନୀ କଲେଜରେ ଯୁକ୍ତ ୩ର ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଛନ୍ତି ।  ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ସେ  କଲେଜ କ୍ୟାମ୍ପସ୍‌ରେ ବସିଥିଲେ । ତେବେ  ଏହି ସମୟରେ କିଛି ଅଣଛାତ୍ର ତାଙ୍କ ପାଖରେ ପହଞ୍ଚିଥିଲେ । ସମସ୍ତ ବିୟର ବୋତଲ ଧରିଥିଲେ । ଜଣେ ଛୁରି ଧରିଥିଲା । ଶ୍ରୀମାନ  କିଛି ବୁଝିବା ଆଗରୁ ଅଭିଯୁକ୍ତମାନେ ଆକ୍ରମଣ  କରିଥିଲେ । ଆକ୍ରମଣରେ ତାଙ୍କ ମୁଣ୍ଡ ଓ  କାନରୁ ରକ୍ତ ବାହାରିଥିଲା । ଏହା ଦେଖି  କଲେଜର ଅନ୍ୟ ଛାତ୍ରଛାତୀଙ୍କ ମଧ୍ୟରେ  ଆତଙ୍କ ଖେଳି ଯାଇଥିଲା । ଶ୍ରୀମାନଙ୍କୁ ତାର  ସାଙ୍ଗମାନେ ହସ୍ପିଟାଲ୍‌ ନେଇଥିଲେ । ଏନେଇ  ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌  ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ  କରିଥିବା ଜଣାପଡିଛି । ଏହି ଆକ୍ରମଣ  ପଛରେ ପୂର୍ବ ବିବାଦ ଥିବା ପୁଲିସ୍‌ କହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.