ନୂଆଦିଲ୍ଲୀ: ରାଜସ୍ଥାନର ବାଂସୱାଡା ଜିଲ୍ଲାରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଏଠାରେ ଏକ ଗାଁରେ ୧୨୫ ବର୍ଷ ପୁରୁଣା ଚର୍ଚ୍ଚକୁ ଭୈରବ ମନ୍ଦିରରେ ପରିଣତ କରାଯାଇଛି। ଏହି ମାମଲା ବାଂସୱାଡ଼ାର ସୁଡଲାଦୁଧା ଗାଁରେ ଘଟିଛି। କେବଳ ଏତିକି ନୁହେଁ,ଏହି ଗାଁର ପ୍ରାୟ ୨ଶହ ଲୋକ ଯେଉଁମାନେ କି ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ,ସେମାନେ ଏବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏହାର ଅର୍ଥ ସେମାନେ ଘରକୁ ଫେରି ଆସିଛନ୍ତି। କେବଳ ଚର୍ଚ୍ଚକୁ ମନ୍ଦିରରେ ପରିଣତ କରାଯାଇନାହିଁ, କାନ୍ଥର ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି ଏବଂ ଏସବୁ ଭିତରେ ସବୁଠୁବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚର୍ଚ୍ଚର ପାଦ୍ରୀ ଗୌତମ ଗରାସିଆ ଏବେ ମନ୍ଦିରର ପୂଜାରୀ ହୋଇଛନ୍ତି।
ଏହା କୁହାଯାଉଛି ଯେ ବର୍ଷ ବର୍ଷ ପୂର୍ବରୁ ଏଠାରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ, ସମଗ୍ର ଗାଁର ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଦେଶର ସନ୍ଥ ଏବଂ ମୁନି ମାନଙ୍କ ଦ୍ୱାରା ସନାତନର ଆହ୍ୱାନ ଏବଂ ୧୪୪ ବର୍ଷ ପରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ନିର୍ଗତ ସନାତନର ଲହରୀ ରାଜସ୍ଥାନର ବାଂସୱାଡ଼ାକୁ ପ୍ରଭାବିତ କରିଥିଲା ଏବଂ ବାଂସୱାଡ଼ାର ସୁଦଲାଦୁଧା ଗ୍ରାମରେ ନିର୍ମିତ ୧୨୫ ବର୍ଷ ପୁରୁଣା ଚର୍ଚ୍ଚକୁ ପୁନର୍ବାର ମନ୍ଦିରରେ ପରିଣତ କରାଯାଇଛି ଏବଂ ଏହାକୁ ଗତ ରବିବାର ଦିନ ଉଦଘାଟନ କରାଯାଇଛି। ଆଉ ଏହା ପରେ ଏବେ ଏଠାରେ ଭଗବାନ ଭୈରବନାଥଙ୍କୁ ପୂଜା କରାଯାଉଛି।
ଏକଦା ଚର୍ଚ୍ଚରେ ପାଦ୍ରୀ ରହିଥିବା ଗୌତମ ଗରାସିଆ ହିନ୍ଦୁ ଧର୍ମକୁ ଫେରିବା ବିଷୟରେ କହିଛନ୍ତି ଯେ, ଦେଶ ଏବଂ ରାଜ୍ୟରେ ସନାତନ ସଂସ୍କୃତିର ବାର୍ତ୍ତା ପ୍ରବାହିତ ହେଉଛି ଏବଂ ମହାକୁମ୍ଭ ପରେ, ଏହି ଗାଁର ଲୋକମାନେ ଯେଉଁମାନେ ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ସେମାନେ ଏବେ ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରୁଛନ୍ତି।