ନୂଆଦିଲ୍ଲୀ,୨୫/୦୭: ପାଠପଢା ଚାଲିଥିଲା । ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ବସି ପଢୁଥିଲେ । ହେଲେ କେହି କିଛି ବୁଝିବା ଆଗରୁ ଘଟିଗଲା ଅଘଟଣ । ରାଜସ୍ଥାନର ଝାଲାବାଡ଼ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି । ଲଗାଣ ବର୍ଷାରେ ଏକ ସରକାରୀ ସ୍କୁଲ ଛାତ ଭୁଶୁଡ଼ି ପଡିଛି । ଫଳରେ ୫ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ୩୦ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଝାଲାଓ୍ୱାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଝାଲାଓ୍ୱାର ଜିଲ୍ଲାର ମନୋହର ଥାନା ବିଧାନସଭା ନିର୍ବାଚନମଣ୍ଡଳୀର ମନପାସଣ୍ଡ ଗାଁରେ ଅବସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠାର ଛାତ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି। ସେହି ସମୟରେ ପିଲାମାନେ ସ୍କୁଲରେ ପାଠପଢ଼ା ପାଇଁ ପିଲାମାନେ ଉପସ୍ଥିତ ଥିଲେ । କୋଠାର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ି ପଡ଼ିବା ଯୋଗୁଁ ୧୨ ରୁ ଉର୍ଦ୍ଧ୍ବ ପିଲା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଥିଲେ।
ପ୍ରଶାସନିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସେପଟେ ଏହି ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ମଧ୍ୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କର ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ରାଜସ୍ଥାନ ଝାଲାୱାଡ଼ାରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଅନେକ ଛାତ୍ରଙ୍କ ମୃତ୍ୟୁ ଏବଂ ଆହତ ହେବାର ଖବର ଅତ୍ୟନ୍ତ ଦୁଃଖଦ। ମୁଁ ପ୍ରାର୍ଥନା କରୁଛି ଯେ ଭଗବାନ ଶୋକସନ୍ତପ୍ତ ପରିବାରକୁ ଏହି ଯନ୍ତ୍ରଣା ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ।ଏହି ଦୁର୍ଘଟଣାରେ ଆହତ ଛାତ୍ରମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।
राजस्थान के झालावाड़ में एक विद्यालय की छत गिरने से कई विद्यार्थियों की मृत्यु और घायल होने का समाचार अत्यंत दुखद है। मेरी प्रार्थना है कि ईश्वर शोक संतप्त परिवारजनों को यह पीड़ा सहन करने की शक्ति प्रदान करें। मैं इस दुर्घटना में घायल हुए विद्यार्थियों के शीघ्र स्वस्थ होने की…
— President of India (@rashtrapatibhvn) July 25, 2025
ସେହିପରି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଫୋନ୍ ଯୋଗେ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ମଧ୍ୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।