​​​​​​​ନୂଆଦିଲ୍ଲୀବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ ସମୟରେ ମୋବାଇଲ ବ୍ୟବହାର ହୋଇଥିବାର ଭିଡିଓ ବେଶ ଭାଇରାଲ ହୋଇଥିଲାରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମି ଦେଖିଥିଲେ ।ପାଖରେ ବସିଥିଲେ ୧୫ବର୍ଷୀୟ କ୍ରିକେଟର ବୈଭବସୂର୍ଯ୍ୟବଂଶୀ ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାପରେ ନୋଟିସ ପଠାଇଥିଲା ବିସିସିଆଇ। ଆଉ ଏହାକୁ ନେଇ ବିସିସିଆଇ ଆକ୍ସନ ନେଇଛି

​​​​​​​

ବିସିସିଆଇ ଏହି ଘଟଣାରେ ମ୍ୟାନେଜରଙ୍କୁ ଫାଇନ୍ କରିଥିବାବେଳେ ଏଭଳି ଭୁଲ୍ ପୁନର୍ବାର ନକରିବାକୁ ଚେତାବନୀ ଦେଇଛନ୍ତି । ତେବେ ତାଙ୍କ ପାଖରେ ବସି ମୋବାଇଲକ ଚାହିଁଥିବା ସୂର୍ଯ୍ୟବଂଶୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।ତଥାପି, ଭିଣ୍ଡରଙ୍କ ପାଇଁ ଖୁସି ଖବର ହେଉଛି ଯେ ଦୁର୍ନୀତି ନିବାରଣ ୟୁନିଟ୍ ତାଙ୍କୁ ଦୁର୍ନୀତି ଅଭିଯୋଗରୁ ମୁକ୍ତ କରିଛି।

 

କହି ରଖୁଛୁ କି, ଗତ ୧୦ ତାରିଖରେ ଯେତେବେଳେ ଆରସିବି ବିପକ୍ଷରେ ମ୍ୟାଚ ଚାଲିଥିଲା ସେତେବେଳେ ଡଗ୍ ଆଉଟରେ ବସି ମୋବାଇଲ୍ ବ୍ୟବହାର କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେବା ପରେ ଆକ୍ସନ ପାଇଁ ମଧ୍ୟ ଦାବି କରାଯାଇଥିଲା । ପରେ ବିସିସିଆଇ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା । ଆଉ ଏବେ ଫାଇନ୍ କରି ଆକ୍ସନ ନେଇଛି ।