ରାଉରକେଲା,୮/୧୨: ରାଜଗାଙ୍ଗପୁର କଲେଜ ପଢୁଆ ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା। କ୍ଷତିପୂରଣ ଦାବିରେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଲେ ପରିବାର ଲୋକେ । ଏଥିସହ ଦାବି ପୂରଣ ନ ହେବା ଯାଏ ମୃତଦେହ ଉଠାଯିବ ନାହିଁ ବୋଲି ପରିବାର ଲୋକଙ୍କ ଜିଦ୍ ।
ସୂଚନା ମୁତାବକ,ରାଜଗାଙ୍ଗପୁର ଅଞ୍ଚଳର କଲେଜ ପଢୁଆ ଛାତ୍ରୀ ପୋଡି ଯାଇ ଚିକିତ୍ସାଧୀନ ଥିଲେ। ହେଲେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ତାଙ୍କକ ମୃତ୍ୟୁ ହୋଇଛି । ଏନେଇ ମୃତ ଛାତ୍ରୀଙ୍କ ପରିବାର ଲୋକେ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦାବିରେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରିବାର ସଦସ୍ୟଙ୍କ ସହ ରାଜଗାଙ୍ଗପୁର ଅଞ୍ଚଳ ଅନିଲ ବରୁଆ, ଅମରେଶ ପଣ୍ଡା, ଜ୍ୟୋତି ରଞ୍ଜନ ନାୟକ, ଶିଳ୍ପା ଏକ୍କା, ରଶ୍ମି ଏକ୍କା ଓ ରାଜେନ୍ଦ୍ର ବେହେରା ଧାରଣାରେ ବସି ରହିଛନ୍ତି। ଦାବି ପୂରଣ ନ ହେବା ଯାଏ ଶବ ଉଠାଇବାକୁ ଦିଆଯିବ ନାହିଁ ବୋଲି ପରିବାର ଲୋକେ ଜିଦ୍ ଧରି ବସିଛନ୍ତି। ରାଜଗାଙ୍ଗପୁର ଅତିରିକ୍ତ ତହସିଲଦାର ଓ ପୋଲିସ ପରିବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛି।