ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୭୪ ବର୍ଷରେ ପାଦ ଥାପିଛନ୍ତି ଥଲାଇବା, ଦିନେ ପରିବାର ଚଳାଇବାକୁ କରିଥିଲେ କୁଲି-କଣ୍ଡକ୍ଟର କାମ

Published By : Ankita S | December 12, 2024 8:45 AM

ମୁମ୍ବାଇ ,୧୨/୧୨: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରଜନୀକାନ୍ତ । ଯାହାଙ୍କୁ ଭଗବାନ ପରି ପୂଜନ୍ତି ଫ୍ୟାନ୍ସ । ଦିନେ ବନ୍ଧୁଙ୍କ ପରାମର୍ଶରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ଆଜି ସାଉଥ ଫିଲ୍ମଠୁ ନେଇ ବଲିଉଡ ଯାଏ ସବୁଥିଲେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳେ । ୧୯୫୦ ଡିସେମ୍ବର ୧୨ ତାରିଖରେ ଏହି ମହାନ ଅଭିନେତାଙ୍କ ଜନ୍ମ । ୭୪ ବର୍ଷରେ ପାଦ ଥାପିଛନ୍ତି ଥଲାଇବା । ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ସଂଘର୍ଷଠୁ ନେଇ ସଫଳତାର କାହାଣୀ ବିଷୟରେ ।

ରଜନୀକାନ୍ତଙ୍କ ଜନ୍ମ- ୪୪ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଥିବା ସୁପରଷ୍ଟାରଙ୍କର ଆଜି ଜନ୍ମଦିନ । ୧୯୫୦ ମସିହା ଆଜିର ଦିନରେ ବେଙ୍ଗାଲୁରୁର ମହୀଷୁର ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ । ଆଜି ଏହି ଷ୍ଟାର ୭୪ ବର୍ଷରେ ପାଦ ଥାପିଛନ୍ତି । ରଜୀନକାନ୍ତଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକୱାଡ । 

ରଜନୀକାନ୍ତଙ୍କ ସଂଘର୍ଷରୁ ସଫଳତାର ଯାତ୍ରା- କମ ବୟସରୁ ମାଆଙ୍କୁ ହରାଇଥିଲେ ରଜନୀକାନ୍ତ । ଘରର ଆର୍ଥିକ ସ୍ଥିତି ଭଲ ନଥିଲା । ଘର ଚଳାଇବାକୁ ଛୋଟ ବଡ କାମ କରୁଥିଲେ ସେ । କୁଲିଠୁ ନେଇ ବସ୍ କଣ୍ଡକ୍ଟର କାମ କରିଥିଲେ । କଣ୍ଟକ୍ଟର ଥିବା ସମୟରେ ତାଙ୍କ ଟିକେଟ କାଟିବାର ଷ୍ଟାଇଲ ହିଁ ଷ୍ଟାର କରିବାରୁ ବାଟରେ ଆଗେଇ ନେଇଥିଲା । ନେଗେଟିଭ ରୋଲରୁ କ୍ୟାରିଅର ଆରମ୍ଭ କରିଥିଲେ ରଜନୀକାନ୍ତ । ଫିଲ୍ମ ନିର୍ମାତା ବାଲାଚନ୍ଦ୍ରଙ୍କ ସହ ତାଙ୍କର ପ୍ରଥମେ ଦେଖା ହୋଇଥିଲା । ସେ ତାଙ୍କୁ ପ୍ରଥମେ ନେଗେଟିଭ କ୍ୟାରେକ୍ଟର ଦେଇଥିଲେ । କିଛି ବର୍ଷ ଏପରି ଛୋଟ ଛୋଟ ଭୂମିକା ତୁଲାଇଥିଲେ ସେ । ଏହା ପରେ ସେ ' ଭୂବନ ଔର କେଲିକୁରୀ' ରେ ହିରୋ ଚରିତ୍ରରେ ନଜର ଆସିଥିଲେ । ମହାନ ଅଭିନେତା ରଜନୀକାନ୍ତଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ଶ୍ରେଷ୍ଠ ଖଳନାୟକ ପାଇଁ ବିଜୟ ଆୱାର୍ଡ, ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ସୁପରଷ୍ଟାର ରଜନୀକାନ୍ତ ।

ଦିନେ ପରିବାର ଚଳାଇବାକୁ କୁଲି କଣ୍ଡକ୍ଟର କାମ କରୁଥିଲେ ଆଜି  ସେ କୋଟିପତି । ସାଉଥ ସୁପରଷ୍ଟାର ରଜନୀକାନ୍ତ ୪୩୦କୋଟି ଟଙ୍କାର ମାଲିକ । ସେ ଗୋଟିଏ ଫିଲ୍ମ କରିବାକୁ ପ୍ରାୟ ୫୦ କୋଟି ଟଙ୍କା ନିଅନ୍ତି । ଜେଲର ପିଲ୍ମ ପାଇଁ ସେ ୧୫୦କୋଟି ଟଙ୍କା ନେଇଥିବା ଏକ ରିପୋର୍ଟରୁ ଜଣାପଡିଥିଲା ।

ରଜନୀକାନ୍ତଙ୍କ ଫିଲ୍ମ କ୍ୟାରିୟର- ଦିନେ ବନ୍ଧୁଙ୍କ ପରାମର୍ଶରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ରଜନୀକାନ୍ତି । ତାଙ୍କ କଳାକୁ ଚିହ୍ନି ପାରିଥିଲେ ବନ୍ଧୁ ରାଜ ବହାହୂର । ସେ ରଜନୀକାନ୍ତଙ୍କୁ ଫିଲ୍ମ ଇଷ୍ଟିଚ୍ୟୁଟରେ ଭର୍ତ୍ତି ହେବାକୁ ମୋଟିଭେଟ କରିଥିଲେ । ୧୯୭୫ରେ ପ୍ରଥମେ ସାଉଥ ପିଲ୍ମ ' ଅପୂର୍ବା ରଙ୍ଗାନାଲ' ରେ ଡେବ୍ୟୁ କରିଥିଲେ । ଏହା ପରେ ଆଉ ପଛକୁ ଫେରି ନଥିଲେ । ବ୍ୟାକଟୁ ବ୍ୟାଟ ହିଟ୍ ଫିଲ୍ମ ଭେଟି ଦେଇଥିଲେ । ଅନ୍ନାମାଲାଇ, ମିଷ୍ଟର ଭାରତ, ମୋନ୍ଦରୁ ମୁଗାମ, ମୁଥୁ, ଶିବାଜୀ, ଥଲାପତି, ବାସା ପରି ହିଟ୍ ଫିଲ୍ମରେ ଦମଦାର ଅଭିନୟ କରିଥିଲେ । ଏହା ପରେ ୧୯୮୩ରେ ବଲିଉଡ ଫିଲ୍ମ ' ଅନ୍ଧା କାନୁନ' ଫିଲ୍ମରେ ପଦାର୍ପଣ କରିଥିଲେ ରଜନୀକାନ୍ତ । ଏହାପରେ ତାଙ୍କ ଅଭିନୟ ଯାଦୁରେ ଫ୍ୟାନ୍ସଙ୍କୁ ପାଗଳ କରିଥିଲେ । ଧୀରେ ଧୀରେ ତାଙ୍କ କ୍ରେଜ ବଢିଥିଲା । ତାଙ୍କୁ ଭଗବାନ ପରି ପୂଜନ୍ତି ଫ୍ୟାନ୍ସ । ବଲିଉଡକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଥଲାଇବା । ଜେଲର, ଦରବାର, କାଲା, ଅନ୍ନାଥା, ଫୁଲ ବନେ ଅଙ୍ଗାର, ୱାଫାଦାର, ଲିଙ୍ଗା, ଚାଲବାଜ, ତ୍ୟାଗୀ, ହମ୍, ବୁଲନ୍ଦୀ, ଭଷ୍ଟ୍ରାଚାର, ମେରୀ ଅଦାଲତ, ପରି ସୁପରହିଟ୍ ଫିଲ୍ମରେ ଅଭିନୟ ଯାଦୁ ଦେଖାଇଛନ୍ତି । ରଜନୀକାନ୍ତ ହିନ୍ଦୀ, ତେଲୁଗୁ, କନ୍ନଡା ଭାଷାରେ ଅଭିନୟ କରିଛନ୍ତି । ମୋଟ ୧୭୦ ତାମିଲ ଫିଲ୍ମ କରିଛନ୍ତି ରଜନୀକାନ୍ତ ।

ରଜନୀକାନ୍ତଙ୍କ ରଜନୀତି କ୍ୟାରିୟର- ୨୦୧୭ରେ ରାଜନୀତି ମୈଦାନକୁ ପ୍ରବେଶ କରିଥିଲେ ସୁପରଷ୍ଟାର ରଜନୀକାନ୍ତ । ରଜନୀ ମକ୍କାଲ ମାଣ୍ଡରାମ ନାମକ ଦଳ ଘୋଷଣା କରିଥିଲା । ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଦଳ ଭାଙ୍ଗି ଦେଇଥିଲେ । ସ୍ବାସ୍ଥଗତ ସମସ୍ୟା ପାଇଁ ରଜାନୀତିଠୁ ଦୂରେଇ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.