ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାମରେ ଆମ୍ବ, ଜାଣନ୍ତୁ ଏହା ପଛର କାରଣ

Published By : Anindita Ratha | June 6, 2025 1:14 PM

ଲକ୍ଷ୍ନୌ,୦୬/୦୬:ଭାରତର ମ୍ୟାଙ୍ଗୋ ମ୍ୟାନ୍ ଭାବରେ ଜଣାଶୁଣା ପଦ୍ମଶ୍ରୀ କଲିମୁଲ୍ଲା ଖାନ। ଲକ୍ଷ୍ନୌରେ ଥିବା ତାଙ୍କ ମାଲିହାବାଦ ବଗିଚାରେ ପ୍ରତିବର୍ଷ ଆମ୍ୱ ଋତୁରେ ଦେଖିବାକୁ ମିଳିଥାଏ ଆମ୍ୱର ନୂଆ ପ୍ରଜାତି । ହେଲେ  ଭାରତର ଅପରେସନ ସିନ୍ଦୂରର ସଫଳତାକୁ ଏଥର ମ୍ୟାଙ୍ଗୋ ମ୍ୟାନ୍ ଦେଇଛନ୍ତି ସ୍ପେଶାଲ ଟ୍ରିବ୍ୟୁଟ୍ । ଏଥର ସେ ଏକ ନୂତନ କିସମର ଆମ୍ବକୁ  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାମରେ ନାମିତ କରିଛନ୍ତି। 

ଏହି ସ୍ୱତନ୍ତ୍ର ଆମ୍ବର ଲମ୍ୱା ପ୍ରାୟ ୧୦ ଇଞ୍ଚ ଥିବା ବେଳେ ଓଜନ ପ୍ରାୟ ୭୦୦ ଗ୍ରାମ ରହିଛି । କଲିମୁଲ୍ଲା ଖାନ ମାଲିହାବାଦ ବଗିଚାରେ ଥିବା ଗଛରେ ରାଜନାଥ ସିଂହଙ୍କ ନାମ ସହିତ ଏକ ଫଳକ ଲଗାଇଛନ୍ତି ।ଏନେଇ ସେ କହିଛନ୍ତି ଯେ, ରାଜନାଥ ସିଂହଙ୍କ ଉଚ୍ଚତା ପରି,ଆମ୍ବ ମଧ୍ୟ ଏକ ବଡ଼ ଆକାରର। ଏହି ପ୍ରକାର ସାତ-ଆଠ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହି ବର୍ଷ ଏହା ପ୍ରଥମ ଥର ପାଇଁ ଫଳ ଦେଇଛି। ତେବେ ପୂର୍ବରୁ ସଚିନ ତେନ୍ଦୁଲକର,ଐଶ୍ୱର୍ଯ୍ୟା ରାୟ, ଅଖିଳେଶ ଯାଦବ, ସୋନିଆ ଗାନ୍ଧୀ, ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ଭଳି ଅନେକ ପ୍ରମୁଖ ଭାରତୀୟ ବ୍ୟକ୍ତିତ୍ୱଙ୍କ ନାମରେ ଆମ୍ବ କିସମର ନାମକରଣ କରିଥିବା ଖାନଙ୍କୁ ଉଦ୍ୟାନ କୃଷି ଏବଂ ଫଳ ପ୍ରଜନନ ପ୍ରତି ତାଙ୍କର ଅନନ୍ୟ ଅବଦାନ ଏବଂ ସମର୍ପଣ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.