ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

'ଦୁଷ୍ଟ ହାତରେ ପରମାଣୁ ଅସ୍ତ୍ର କେତେ ସୁରକ୍ଷିତ ? ଅନ୍ତରାଷ୍ଟ୍ରୀୟ ସମୁଦାୟର ନଜର ରହୁ' : ରାଜନାଥ ସିଂହ

Published By : Rasmita Pradhan | May 15, 2025 2:07 PM

image source : live hindustan

ନୂଆଦିଲ୍ଲୀ, ୧୫/୦୫ : ଜମ୍ମୁ କାଶ୍ମୀର ଶ୍ରୀନରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳସେନା ମୁଖ୍ୟ। ସୀମାରେ ଲୋକଙ୍କୁ ଭେଟିବା ସହ ବଢାଇଲେ ଯବାନଙ୍କ ମନୋବଳ। ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅପର୍ଣ କଲେ। ଏହି ଅବସରରେ ରାଜନାଥ ସିଂହ ସମ୍ଵୋଧିତ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ କେବେ ଯୁଦ୍ଧ ପକ୍ଷରେ ନାହିଁ। ହେଲେ ଆମର ସାର୍ବଭୌମତ୍ଵ ଉପରେ ପ୍ରଶ୍ନ ଉଠିଲେ ଆମେ ଜବାବ ଦେବୁ। ପାକିସ୍ତାନ ଭଳି ଦୁଷ୍ଟ ଦେଶ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ। ତେଣୁ ପାକିସ୍ତାନ ଉପରେ କଡ଼ା ନଜର ରଖିବା ଜରୁରୀ। 

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ହେଉଛି ଭାରତର ବଡ଼ ଅପରେସନ। ଏହା ଇତିହାସର ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ। ଭାରତ ଆଜି ସାରା ବିଶ୍ଵ ଆଗରେ ସ୍ପଷ୍ଟ କରିଛି ଯେ, ଆତଙ୍କବାଦ ବିରୋଧରେ ଭାରତ ଯେକୌଣସି ସୀମା ପର୍ଯ୍ୟନ୍ତ ଚାଲିଯିବ। ପହଲଗାମ୍‌ରେ ନରସଂହାର କରି ଭାରତର ମଥାକୁ ଆଘାତ କଲେ, ଆମେ ତାଙ୍କ ଛାତିରେ ଆଘାତ କଲୁ। ପାକିସ୍ତାନର ଏକମାତ୍ର ଚିକିତ୍ସା ସେ ଭାରତ ବିରୋଧୀ ଆତଙ୍କବାଦୀ ସଙ୍ଗଠନକୁ ଆଶ୍ରୟ ଦେବା ବନ୍ଦ କରୁ। ଭାରତ ବିରୋଧରେ ନିଜ ମାଟିକୁ ଉପଯୋଗ ନକରୁ। ଜାମ୍ମୁ କାଶ୍ମୀରରୁ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ରାଜନାଥ ଏକ ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଭଳି ଏକ ଦାୟିତ୍ଵହୀନ ଏବଂ ଦୁଷ୍ଟ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର କେତେ ସୁରକ୍ଷିତ ? ପାକିସ୍ତାନର ପରମାଣୁ ଅସ୍ତ୍ର ଉପରେ ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ଏଜେନ୍ସି କଡ଼ା ନଜର ରଖିବା ଉଚିତ୍। 

ଯବାନଙ୍କୁ ସମ୍ଵୋଧିତ କରି ରାଜନାଥ କହିଛନ୍ତି ଯେ, ଏହି ବିଷମ ପରିସ୍ଥିତିରେ ଆପଣଙ୍କ ମଧ୍ୟରେ ରହି ମୁଁ ନିଜକୁ ଗୌରବାନ୍ଵିତ ମନେ କରୁଛି। ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ଵରେ ଅପରେସନ ସିନ୍ଦୂରରେ ଆପଣମାନଙ୍କ ପରାକ୍ରମ ସାରା ଦେଶକୁ ଗୌରବାନ୍ଵିତ କରିଛି।   






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.