ଗୋପାଳପୁର,୧୪/୬:ଗଞ୍ଜାମ ଜିଲ୍ଲା ଗୋପାଳପୁର ପାନ୍ଥ ନିବାସରେ ମ୍ୟାନେଜର ସାୟଦ୍ ତାର୍କି ଅଲ୍ଲୀଙ୍କ ଅଧକ୍ଷତାରେ ଶନିବାର ରଜ ପାଳନ କରାଯାଉଛି। ପର୍ଯ୍ୟଟକକୁ ଆକୃଷ୍ଠ କରିବା ପାଇଁ ଏହି ରଜପର୍ବ ତିନି ଦିନ ଧରି ପାଳନ ହେବ। ପାନ୍ଥନିବାସ ପରିସରରେ ସୁସଜ୍ଜିତ ଦୋଳି ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନଏସି ଅଧକ୍ଷ ଏ.ଜାନକୀ ରାମ ଯୋଗ ଦେଇ ଉଦଘାଟନ କରିବା ସହ ପାନ୍ଥନିବାସରେ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ପର୍ଯ୍ୟଟକ ଆକୃଷ୍ଠ ହେଉଥିବାରୁ କର୍ତ୍ତୃପକ୍ଷ ଉଚ୍ଚ ପ୍ରଶଂସା କରିଛନ୍ତି।
ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ,ଏନ ଏ ସି ଉପାଧ୍ୟକ୍ଷା ବି. ଉମା,ଜି.ମହୋନ, ସମାଜ ସେବୀ ପଞ୍ଚୁ ବେହେରାଙ୍କ ସମେତ କାଉନସିଲର, ପାନ୍ଥନିବାସରେ ରହୁଥିବା ପର୍ଯ୍ୟଟକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପାନ୍ଥନିବାସ ପକ୍ଷରୁ କାକରା, ମଣ୍ଡା, ପୋଡ଼ ପିଠା,ଦହିବରା ଆଦି ପିଠା ପ୍ରସ୍ତୁତ କରି ବଣ୍ଟନ ହୋଇଛି । ପରେ ପର୍ଯ୍ୟଟକମାନେ ଦୋଳି ଖେଳି ମଜା ନେଇଛନ୍ତି ।