ନୂଆଦିଲ୍ଲୀ,୦୯/୧୨:  ଗୋଟିଏ ସପ୍ତାହ ହେବ ହାଉସ୍ ଚାଲିପାରୁନାହିଁ ।  ସଂସଦ ଶୀତଅଧିବେଶନର ଆଜି ୧୧ତମ ଦିନରେ ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ଲୋକସଭା ଆରମ୍ଭ ହେବା କ୍ଷଣି  ମୁଲତବୀ ହୋଇଥିଲା । ସେହିପରି ରାଜ୍ୟସଭାରେ ମଧ୍ୟ ପ୍ରବଳ ହୋ ହାଲ୍ଲା, କଥାକାଟି ଦେଖିବାକୁ ମିଳିଥିବା । ଫଳରେ ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ ଅଧ୍ୟକ୍ଷ ଜଗଦୀବ ଧନକର ।

ହଙ୍ଗାମା ଭିତରେ ବିରୋଧୀ ଗୃହ ଚଳାଇଦେବାକୁ ଦାବି କରିଥିଲେ । ଶାସକ ଦଳ ଗୃହ ଚଳେଇ ଦେଉନାହାନ୍ତି ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିବା ଦରକାର ବୋଲି ଆପ୍ ସାଂସଦ ସଞ୍ଜୟ ସିଂହ କହିଥିଲେ । ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର କୁରୁକ୍ଷେତ୍ର ଯାତ୍ରା ବିଷୟରେ କହି ମହାଭାରତର ସଞ୍ଜୟଙ୍କ କଥା କହିଥିଲେ । ସେ କହିଥିଲେ କାଲି ମୁଁ କୁରୁକ୍ଷେତ୍ରରେ ଥିଲି ମୋତେ ସଞ୍ଜୟଙ୍କ କଥା ମନେ ପଡିଲା ।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର କହିଛନ୍ତି, ଗତକାଲି ମୁଁ ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ସାମିଲ ହେବାକୁ କୁରୁକ୍ଷେତ୍ର ଯାଇଥିଲି । ସେଠାରେ ମୋତେ ସଞ୍ଜୟଙ୍କ କଥା ମନେପଡିଲା । ସେବେ ସଞ୍ଜୟ କିପରି ମହାଭାରତ ଦେଖି ଧ୍ରୁତରାଷ୍ଟ୍ରଙ୍କୁ ଶୁଣାଇଥିଲେ । ଏଠାରେ ଜଣେ ସଞ୍ଜୟ ଅଛନ୍ତି ସେ ୫ ଦିନ ହେବ ଦେଖିଛନ୍ତି ଗୃହର କାର୍ଯ୍ୟ କିପରି ବାଧାପ୍ରାପ୍ତ ହୋଇଛି । ଗୃହ ଚଲେଇବାକୁ ଦିଆଯାଉନାହିଁ ।

ଆପ୍ ସାଂସଦ ସଞ୍ଜୟ ସିଂହ କହିଥିଲେ, ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହେଉ । ପ୍ରଶ୍ନକାଲ ଓ ଶୂନ୍ୟକାଳରେ କୌଣସି ବାଧା ସୃଷ୍ଟି ନ କରାଯାଉ । ଏ ନେଇ ସଦସ୍ୟ ସହମତି ଜଣାଇଥିଲେ । ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର କହିଥିଲେ, ଭାବନ୍ତୁ ମୋତେ କେତେ ପୀଡା ହେଉଛି . ମୋ ହୃଦୟକୁ ଆଘାତ ଲାଗିଛି । ଯେଉଁ ପକ୍ଷରୁ ହେବା ବା କାହିଁକି ମୋତେ ପୀଢା ହୁଏ । ଯାହା ତୁମେ ଏବେ କହୁଛ ପୂର୍ବ ସପ୍ତାହରେ କିପରି ଭୁଲି ଗଲ । ଗୋଟିଏ ସପ୍ତାହ ହେବ ଗୃହ ଚାଲିପାରୁନାହିଁ । ମୋତେ ଲାଗୁଛି କି ବିଶୃଙ୍ଖଳା ପାଇଁ ଗୃହ କାର୍ଯ୍ୟ ଚଲାଇବା ସମ୍ଭବ ହେଉନାହିଁ ତେଣୁ ଅପରାହ୍ନ ୨ଟା ଯାଏ ଗୃହ ମୁଲତବୀ କରାଯାଉଛି ।