କୋଣାର୍କ,୩୦/୮ : ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଶନିବାର ଅପରାହ୍ନରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ତାଙ୍କ ସହ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କମିଟି ଅଧ୍ୟକ୍ଷ ଓ ସଦସ୍ୟଗଣ ଆସିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ କଡ଼ା ସୁରକ୍ଷା ବଳୟରେ ଏଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ସ୍ବାଗତ କରାଯାଇଥିଲା । ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତିମୂର୍ତ୍ତି ବୁଲି ଦେଖିଥିଲେ।
ଗାଇଡ ପ୍ରଦୀପ୍ତ ମଲ୍ଲ ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ବୁଝାଇଥିଲେ । ଉପାଧ୍ୟକ୍ଷ ଶ୍ରୀ ହରିବଂଶ ସୂର୍ଯ୍ୟମନ୍ଦିର କାରୁ କାର୍ଯ୍ୟ ଦେଖି ଭାବ ବିହ୍ୱଳ ହୋଇଥିଲେ। ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ପୁରୀ ଜିଲ୍ଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ର ତରାଇ, ଏଏସଆଇ ସର୍କଲ ସୁପରିଟେଣ୍ଡେଟ ଡଃ ଡିବି ଗଡ଼ନାୟକ, ଅତିରିକ୍ତ ଏସପି ସ୍ୟୋମ୍ୟ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଯାତ୍ରୀନିବାସ ପରିଚାଳକ ବାପି ରଞ୍ଜନ ସାହୁ ପ୍ରମୁଖ ବରିଷ୍ଠ ପ୍ରଶାସନିକ ପଦାଧିକାରୀ ଉପସ୍ଥିତ ଥିଲେ ।