ଭୁବନେଶ୍ବର, ୦୫/୦୬: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରୁ ୪ ଆସନ ପାଇଁ ପାଞ୍ଚ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦଖଲ କରିବେ । ଏନେଇ ସମସ୍ତ ପ୍ରାର୍ଥୀ ଧୀରେ ଧୀରେ ବିଧାନସଭାରେ ପହଞ୍ଚିଲେଣି । ବିଜେପିରୁ ଦୁଇ, ବିଜେଡିରୁ ଜଣେ ଏବଂ ସ୍ବାଧୀନରୁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଭାରତୀୟ ଜନତା ପାର୍ଟିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର, ବିଜୁ ଜନତା ଦଳରୁ ସନ୍ତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିବେ । ହେଲେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡାକ୍ତର ଦତ୍ତେଶ୍ବର ହୋତା ନାମାଙ୍କନ ଭରିବେ । ସେପଟେ ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ନୋମିନେସନ ପାଇଲ୍ କରିବେ । ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରୁଛି ବୋଲି ମନମୋହନ ସାମଲ କହିଛନ୍ତି । ଦିଲ୍ଲୀପ ରାୟଙ୍କ ପାଇଁ ୧୦ଜଣ ବିଜେପି ବିଧାୟକ ପ୍ରସ୍ଥାବକ ରହିବେ ।

ଦିଲ୍ଲୀପ ରାୟଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଣେ ପ୍ରାର୍ଥୀ ଭାବେ ସେ ସମସ୍ତଙ୍କୁ ଅପିଲ୍ କରି ସମର୍ଥନ ମାଗିପାରିବେ | ଦିଲ୍ଲୀପ ଜଣେ ଅନୁଭବୀ ନେତା | ପୂର୍ବରୁ ବିଧାୟକ, କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି | ସମସ୍ତଙ୍କ ସହିତ ତାଙ୍କର ସମ୍ପର୍କରେ ରହିଛନ୍ତି | କିଏ କାହାକୁ ସମର୍ଥନ ଦେବ ପ୍ରଶ୍ନରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, ଆଗକୁ କ’ଣ ହେବ ତାହା ଧୀରେ ଧୀରେ ଜଣା ପଡ଼ିବ ।

ଆଜି ନାମାଙ୍କନ ଭରିବାର ଶେଷ ତାରିଖ । ରାଜ୍ୟସଭା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପିର ଦୁଇ ପ୍ରାର୍ଥୀ । ନାମାଙ୍କନ ଭରିବାର ଶେଷ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ମନମୋହନ ସାମଲ ଓ ସୁଜିତ କୁମାର । ସେପଟେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମଧ୍ୟ ନାମାଙ୍କନ ଦାଖଲ ପାଇଁ ବିଧାନସଭାରେ ପହଞ୍ଚି ସାରିଲେଣି ।

ଅଧିକ ପଢ଼ନ୍ତୁ- ପ୍ରବାଦ ପୁରୁଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ