ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର...

Published By : Harapriya Sethi | August 8, 2025 7:24 AM

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବନାତ୍ମକ ପର୍ବ । ଯାହା ଭାଇ-ଭଉଣୀଙ୍କ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ଅତୁଟ ସମ୍ପର୍କକୁ ଦର୍ଶାଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ଦୀର୍ଘାୟୁ, ସଫଳତା, ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଥାଏ । ଭାଇ ମଧ୍ୟ ଭଉଣୀର ରକ୍ଷା କରିବାକୁ ବଚନ ଦେଇଥାଏ । ଏହାସହ ଉପହାର ମଧ୍ୟ ଦେଇଥାଏ । ରାଶି ଅନୁଯାୟୀ ଭାଇ ହାତରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିବେ ଓ କି ଉପହାର ଦେବେ..

ମେଷ- ମେଷ ରାଶିର ସ୍ୱାମୀ ମଙ୍ଗଳ । ଯାହା ଲାଲ ରଙ୍ଗର ପ୍ରତିନିଧିତ୍ୱ କରିଥାଏ । ଲାଲ ରଙ୍ଗ ଶକ୍ତି, ଉତ୍ସାହ ଓ ସାହସରେ ଭରପୁର । ଏହି ରାଶିମାନେ ଲାଲ ରଙ୍ଗର ରାକ୍ଷୀ ପିନ୍ଧିବା ଅତ୍ୟନ୍ତ ଶୁଭଙ୍କର । ଭଉଣୀକୁ ଲାଲ୍‌ ରଙ୍ଗର ଜିନିଷ ଉପହାର ଦିଅନ୍ତୁ ।

ବୃଷ- ଏହି ରାଶିର ସ୍ୱାମୀ ଶୁକ୍ର ଗ୍ରହ । ଯାହା ପ୍ରେମ, ସମୃଦ୍ଧିର ପ୍ରତୀକ । ଧଳା, ସିଲଭର ରଙ୍ଗ ଶାନ୍ତି ଓ ଖୁସିର ପ୍ରତୀକ । ତେଣୁ ଧଳା କିମ୍ବା ସିଲଭର ରଙ୍ଗର ରାନ୍ଧୀ ପିନ୍ଧନ୍ତୁ । ଏହାଦ୍ୱାରା ଜୀବନରେ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହେବ । ଭଉଣୀକୁ ରୁପା ଜିନିଷ ଦେବା ଅଧିକ ଶୁଭଙ୍କର । ରୁପାରେ ତିଆରି ଯେକୌଣସି ଜିନିଷ ଦେଇପାରିବେ ।

ମିଥୁନ- ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ । ଯେ କି ବୁଦ୍ଧି, ବାଣୀର କାରକ । ସବୁଜ ରଙ୍ଗ ନୂଆ ଶକ୍ତି ଓ ସମୃଦ୍ଧିର ପ୍ରତୀକ । ତେଣୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭଙ୍କର । ସବୁଜ ରଙ୍ଗର ଉପହାର ଦେଇପାରିବେ । ଭଉଣୀକୁ ଚୁଡି, ବ୍ୟାଗ୍‌ କିମ୍ବା ପୋଷାକ ଉପହାର ଦେଇପାରିବେ ।

କର୍କଟ- ଏହି ରାଶିର ସ୍ୱାମୀ ଚନ୍ଦ୍ରମା । ଯେ କି ମନ ଓ ଭାବନାର ସ୍ୱାମୀ । ଧଳା ଓ ହଳଦିଆ ରଙ୍ଗ ଶାନ୍ତି ଓ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ । ତେଣୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ପିନ୍ଧି ପାରିବେ । ରୁପାରେ ତିଆରି ଟଙ୍କା, ଗହଣା ଦେବା ଶୁଭଙ୍କର ।

ସିଂହ- ଏହି ରାଶିର ସ୍ୱାମୀ ସୂର୍ଯ୍ୟ । ଯେ କି ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ । ନାରଙ୍ଗୀ ଓ ସୁନେଲିରଙ୍ଗ ମାନ-ସମ୍ମାନ ବଢାଇଥାଏ । ତେଣୁ ନାରଙ୍ଗୀ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ପିନ୍ଧି ପାରିବେ । ସୁନା ଜିନିଷ କିମ୍ବା ସୁନେଲି ରଙ୍ଗର ଜିନିଷ ଉପହାର ଦେଇପାରିବେ ।

କନ୍ୟା- ଏହି ରାଶିର ସ୍ୱାମୀ ବୁଧ ଗ୍ରହ । ଯେ କି ବୁଦ୍ଧି, ବାଣୀର କାରକ । ସବୁଜ ରଙ୍ଗ ନୂଆ ଶକ୍ତି ଓ ସମୃଦ୍ଧିର ପ୍ରତୀକ । ତେଣୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭଙ୍କର । ସବୁଜ ରଙ୍ଗର ଉପହାର ଦେବା ଶୁଭଙ୍କର । ଇଚ୍ଛା ଅନୁଯାୟୀ ହୀରା ମଧ୍ୟ ଦେଇପାରିବେ ।

ତୁଳା- ଏହି ରାଶିର ସ୍ୱାମୀ ଶୁକ୍ର ଗ୍ରହ । ଯାହା ପ୍ରେମ, ସମୃଦ୍ଧିର ପ୍ରତୀକ । ଧଳା, ସିଲଭର ରଙ୍ଗ ଶାନ୍ତି ଓ ଖୁସିର ପ୍ରତୀକ । ତେଣୁ ଧଳା କିମ୍ବା ସିଲଭର ରଙ୍ଗର ରାନ୍ଧୀ ପିନ୍ଧନ୍ତୁ । ରୁପାର ଗହଣା ଦେବା ଶୁଭଙ୍କର ।

ବିଛା- ଏହି ରାଶିର ସ୍ୱାମୀ ମଙ୍ଗଳ । ଯାହା ଲାଲ ରଙ୍ଗର ପ୍ରତିନିଧିତ୍ୱ କରିଥାଏ । ଲାଲ ରଙ୍ଗ ଶକ୍ତି, ଉତ୍ସାହ ଓ ସାହସରେ ଭରପୁର । ଏହି ରାଶିମାନେ ଲାଲ ରଙ୍ଗର ରାକ୍ଷୀ ପିନ୍ଧିବା ଅତ୍ୟନ୍ତ ଶୁଭଙ୍କର । ଲାଲ ରଙ୍ଗର ଉପହାର ଦେଇପାରିବେ । ପୋଷାକ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଦେଇପାରିବେ ।

ଧନୁ- ଏହି ରାଶିଙ୍କ ସ୍ୱାମୀ ବୃହସ୍ପତି । ଯେ କି ଜ୍ଞାନ ଓ ସମୃଦ୍ଧିର ପ୍ରତୀକ । ହଳଦିଆ ରଙ୍ଗ ଶୁଭ ଓ ଧନ ଆଣିଥାଏ । ତେଣୁ ହଳଦିଆ ରଙ୍ଗର ରାକ୍ଷୀ ପିନ୍ଧି ପାରିବେ । ଭଉଣୀକୁ ହଳଦିଆ ରଙ୍ଗର ଜିନିଷ ଉପହାର ଦେଇପାରିବେ । ସୁନା ଜିନିଷ ମଧ୍ୟ ଦେଇପାରିବେ ।

ମକର- ଏହି ରାଶିର ସ୍ୱାମୀ ଶନିଦେବ । ଯେ କି ସ୍ଥିରତା ଓ ଅନୁଶାସନର କାରକ । ନୀଳ ରଙ୍ଗ ସଫଳତା ଓ ସ୍ଥିରତା ଆଣିଥାଏ । ତେଣୁ ନୀଳ ରଙ୍ଗର ରାକ୍ଷୀ ପିନ୍ଧିବା ଶୁଭଙ୍କର । ଭଉଣୀକୁ ମୋବାଇଲ୍‌ ଫୋନ୍‌ ଉପହାର ଦେଇପାରିବେ ।

କୁମ୍ଭ- ଏହି ରାଶିର ସ୍ୱାମୀ ଶନିଦେବ । ନୀଳ କିମ୍ବା ବାଇଗଣୀ ରଙ୍ଗ ଉନ୍ନତି ଓ ଧନ-ବୈଭବର କାରକ । ଏହି ରଙ୍ଗର ରାକ୍ଷୀ ପିନ୍ଧିବା ଶୁଭଙ୍କର । ନୀଳ ରଙ୍ଗର ଜିନିଷ ଉପହାର ଦେଇପାରିବେ ।

ମୀନ- ଏହି ରାଶିଙ୍କ ସ୍ୱାମୀ ବୃହସ୍ପତି । ହଳଦିଆ କିମ୍ବା ସୁନେଲି ରଙ୍ଗ ସୌଭାଗ୍ୟ ଓ ଖୁସି ଆଣିଥାଏ । ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ପିନ୍ଧି ପାରିବେ । ପିତ୍ତଳର ଜିନିଷ ଉପହାର ଦେଇପାରିବେ । ହଳଦିଆ ରଙ୍ଗର ଜିନିଷ ମଧ୍ୟ ଉପହାର ଦେଇପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.