ମୁମ୍ୱାଇ,୩୦/୦୫: ଅପକମିଙ୍ଗ ଫିଲ୍ମ ‘ପେଡ୍ଡି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ସାଉଥ୍ ମେଗା ପାୱାର ଷ୍ଟାର୍ ରାମ ଚରଣ । ତାଙ୍କର ନୂଆ ଲୁକ୍ ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ତେବେ ତାଙ୍କ ସହ ଥିବା ଆଉ ଜଣଙ୍କ ଉପରେ ଏବେ ଇଣ୍ଟରନେଟ୍ର ନଜର । ରାମ ଚରଣଙ୍କ ବଡିଗାର୍ଡ କେଭିନ କୁନ୍ତା । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଆଫ୍ରିକୀୟ ଏମ୍ଏମ୍ଏ ଫାଇଟର କେଭିନଙ୍କୁ ରାମ ଚରଣ ନିଜର ବ୍ୟକ୍ତିଗତ ସିକ୍ୟୁରିଟି ଭାବେ ନିଯୁକ୍ତ କରିଛନ୍ତି । ଖାସ୍ ‘ପେଡ୍ଡି’ର ପ୍ରମୋସନ୍ କାର୍ଯ୍ୟକ୍ରମ ପାଇଁ ସେ ଏପରି କରିଛନ୍ତି । କେଭିନ ଏବେ ସବୁରି ଧ୍ୟାନ ଆକର୍ଷଣ କରୁଛନ୍ତି ।
ରିପୋର୍ଟ ଅନୁସାରେ, ସାର୍ବଜନୀନ କାର୍ଯ୍ୟକ୍ରମ ଓ ଆୟୋଜନରେ ରାମ ଚରଣଙ୍କୁ ଭିଡ଼ରୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ କେଭିନ ଦିନକୁ ୨-୪ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଛନ୍ତି । ରିପୋର୍ଟ ଯଦି ସତ ହୁଏ, ତେବେ ଭାରତୀୟ ସିନେମାର ସେଲିବ୍ରିଟିଙ୍କୁ ସୁରକ୍ଷା ପ୍ରଦାନ ମାମଲାରେ କେଭିନ ସବୁଠୁ ମହଙ୍ଗା ବଡିଗାର୍ଡ ହେବେ । ନିକଟରେ ଆୟୋଜିତ ପ୍ରମୋସନ୍ କାର୍ଯ୍ୟକ୍ରମରେ କେଭିନ ରାମ ଚରଣଙ୍କୁ ଭିଡ଼ ମଧ୍ୟରେ କଡ଼ା ସୁରକ୍ଷା ଦେଉଥିବା ନଜର ଆସିଥିଲେ । ତାଙ୍କ ଉଚ୍ଚତା, ତୀକ୍ଷ୍ଣ ନଜର ଓ ସଂଯୋଜିତ ଉପସ୍ଥିତି ଚାହୁଁ ଚାହୁଁ ତାଙ୍କୁ ସୋସିଆଲ ମିଡିଆରେ ଭାଇରାଲ ସେନ୍ସେସନ୍ କରିଛି । ଅନେକ ଫ୍ୟାନ୍ ତାଙ୍କ ଫ୍ୟାଶନ୍ ଧାରଣାକୁ ପ୍ରଶଂସା କରିଛନ୍ତି ।
ଆହୁରି ପଢନ୍ତୁ-‘ରାମାୟଣ’ ବଦଳାଇ ଦେଲା ରଣବୀର କପୁରଙ୍କ ଖରାପ ଅଭ୍ୟାସ , କହିଲେ – ଧର୍ମକୁ ନେଇ ବଦଳିଲା ଦୃଷ୍ଟିକୋଣ
ରାମ ଚରଣ ସାଧାରଣ ପୋଷାକରେ ଭ୍ରମଣ କରୁଥିବା ବେଳେ କେଭିନଙ୍କ ଔପଚାରିକ ପୋଷାକ ସବୁରି ଧ୍ୟାନ ଆକର୍ଷଣ କରିଛି । କିଛି ୟୁଜର୍ ତାଙ୍କୁ ସବୁଠୁ ଷ୍ଟାଇଲିଶ ସେଲିବ୍ରିଟି ବଡିଗାର୍ଡ ଭାବେ ମଧ୍ୟ ସମ୍ବୋଧନ କରିଛନ୍ତି । ଗାମ୍ବିୟାର ମୂଳ ବାସିନ୍ଦା କେଭିନ ଏବେ ଫ୍ଲୋରେନ୍ସରେ ରହୁଛନ୍ତି । ଏମ୍ଏମ୍ଏ ଫାଇଟର୍ଙ୍କ ମଧ୍ୟରେ ସେ ଜଣେ ପରିଚିତ ଚେହେରା । ୨୦୨୧ରେ ଇଟାଲିର ଜାତୀୟ ଏମ୍ଏମ୍ଏ ଟିମ୍କୁ ସେ ପ୍ରତିନିଧିତ୍ୱ କରିଥିଲେ । ଲଢ଼େଇ କ୍ରୀଡ଼ା ସମେତ ଅନ୍ତର୍ଜାତୀୟ ଭିଆଇପି ଓ ସେଲିବ୍ରିଟି ସୁରକ୍ଷା କାର୍ଯ୍ୟରେ ମଧ୍ୟ ସେ ଜଡ଼ିତ । ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ତାଙ୍କର ଅନେକ ମାର୍ଶଲ ଆର୍ଟ ତାଲିମ, ଫିଟ୍ନେସ ଓ ଜିମ୍ ଅଧିବେଶନର ଭିଡିଓ ରହିଛି, ଯାହା ତାଙ୍କୁ ଇଣ୍ଟରନେଟ୍ରେ ଲୋକପ୍ରିୟ କରିଛି । ଇତିମଧ୍ୟରେ ଚର୍ଚ୍ଚାରେ ଥିବା ‘ପେଡ୍ଡି’ ଆସନ୍ତା ଜୁନ୍ ୪ରେ ମୁକ୍ତିଲାଭ କରିବ ।