ମୁମ୍ୱାଇ : ରଣବୀର କପୁର ଫିଲ୍ମ ‘ରାମାୟଣ’ରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମକୁ ନେଇ ରଣବୀର କପୁରଙ୍କ ପ୍ରଶଂସକ ଖୁବ୍‌ ଉତ୍ସାହିତ। ଫିଲ୍ମ ରିଲିଜ ହେବାରେ ଏବେ ଆହୁରି ସମୟ ରହିଛି , କିନ୍ତୁ ଫିଲ୍ମର ଆଲୋଚନା ଜୋରଦାର ହେଉଛି। ରାମାୟଣର ଚର୍ଚ୍ଚା ମଧ୍ୟରେ ରଣବୀର କପୁର ଫିଲ୍ମରେ ନିଜର ଚରିତ୍ରକୁ ନେଇ କହିଛନ୍ତି ଯେ, ଏହି ଫିଲ୍ମ ତାଙ୍କର ଖରାପ ଅଭ୍ୟାସକୁ ବଦଳାଇ ଦେଇଛି। କେବଳ ଏତିକି ନୁହେଁ, ରଣବୀର କପୁର ଏହା ମଧ୍ୟ କହିଛନ୍ତି ଯେ, ଧର୍ମକୁ ନେଇ ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଛି। ଦେଇଛନ୍ତି।

ଟପ୍‌ ମ୍ୟାଗାଜିନ ସହ ବିଶେଷ କଥାବାର୍ତ୍ତାରେ ରଣବୀର କପୁର କହିଛନ୍ତି , ଏହି ଫିଲ୍ମରେ କାମ କରିବା ଦ୍ୱାରା କେବଳ ତାଙ୍କ ଜୀବନକୁ ଦେଖିବାର ନଜର ବଦଳି ନାହିଁ , ନିଜର ଝିଅ ରାହା ପାଇଁ ଏକ ଭଲ ବାପା ମଧ୍ୟ ହୋଇ ପାରିଛି। ରଣବୀର କହିଛନ୍ତି , ଫିଲ୍ମଟି ତାଙ୍କ ଉପରେ ଇମୋସନାଲ  ଓ ପର୍ସନାଲ ପ୍ରଭାବ ପକାଇଛି।

ରଣବୀର କପୁର କହିଛନ୍ତି , ପ୍ରାରମ୍ଭିକ ଭାବେ ତାଙ୍କର ସନ୍ଦେହ ଥିଲା ଯେ,ସେ କଣ ଏହି ଆଇକନିକ୍‌ ଚରିତ୍ରକୁ ନ୍ୟାୟ ଦେଇ ପାରିବେ, କିନ୍ତୁ ସମୟ ସହ ତାଙ୍କର ଏହି ସନ୍ଦେହ କୃତଜ୍ଞତା ଓ ଏହି ପ୍ରୋଜେକ୍ଟ ପାଇଁ ପ୍ରେମରେ ବଦଳି ଯାଇଥିଲା। ରଣବୀର କହିଛନ୍ତି , ମୋତେ ଏହା ଅନୁଭବ ହେଉ ନଥିଲା ଯେ, ଏହା ମୋ କ୍ୟାରିୟର ପାଇଁ ଏକ ଡିଫାଇନିଂ କ୍ଷଣ ହୋଇ ଯାଇଛି। ଏହି ପ୍ରୋଜେକ୍ଟ ମୋର ଜୀବନକୁ ବଦଳାଇ ଦେଇଛି। ଏହା ମୋତେ ରାମାୟଣକୁ ବୁଝିବା ଓ ନିକଟତର କରାଇଛି। ଭଗବାନ ରାମଙ୍କ ଯାତ୍ରାକୁ ବୁଝିବା ନେଇ ଆହୁରି ନିକଟତର କରାଇଛି। ମୋତେ ଲାଗୁଛି ଯେ, ଏହି ଫିଲ୍ମ ମୋ ଜୀବନରେ ବହୁତ ପଜିଟିଭ ଆଣିଛି। ଆପଣଙ୍କୁ ଜଣା ଯେ, ମୋର ଖରାପ ଅଭ୍ୟାସ ବଦଳି ଯାଇଛି, ମୋର ମୂଲ୍ୟବୋଧ , ଜୀବନକୁ ଦେଖିବାରୁ ଦୃଷ୍ଟିକୋଣ , ହାନି, ବଳିଦାନକୁ ଦେଖିବାର ଦୃଷ୍ଟିକୋଣକୁ ବଦଳାଇ ଦେଇଛନ୍ତି। ଏହା ଧର୍ମକୁ ନେଇ ମୋର ନଜରକୁ ବଦଳାଇ ଦେଇଛି ଏବଂ ମୋର ଅନୁଭବ ହେଉଛି ଯେ, ଏହା ମୋ ଜୀବନରେ ବହୁତ ଆବଶ୍ୟକତା ଥିଲା।  

ଆହୁରି ମଧ୍ୟ ପଢନ୍ତୁ - ‘ଦାଦା’ର ସେଟ୍‌ରୁ ଲିକ୍ ରାଜକୁମାର ରାଓଙ୍କ ଫଟୋ , ସୌରଭ ଗାଙ୍ଗୁଲିଙ୍କ ରୋଲ୍‌ରେ ସାମ୍ନାକୁ ଆସିଲା ଅଭିନେତାଙ୍କ ଲୁକ୍