ଭୁବନେଶ୍ୱର, ୨୪/୭ : ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ ମାତୃଭାଷାରେ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରିବ। ମାତୃଭାଷାକୁ ପ୍ରାଥମିକତା ଦିଆଯିବ। ପୂର୍ବରୁ ଇଂରାଜୀ ଭାଷାରେ ଯୁକ୍ତ ୨ ବିଜ୍ଞାନ ପୁସ୍ତକରୁ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ଏବେ ଓଡ଼ିଆ ଭାଷାରେ ବହି ପ୍ରକାଶନ ହୋଇଛି। ଯାହା ଗର୍ବର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ କିଛି ଛାତ୍ରୀଙ୍କୁ ନୂତନ ଓଡ଼ିଆ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହ ନବାଗତ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା।