ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଚାଲିଗଲେ ରାମମୂର୍ତ୍ତି: ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ, ପୁଅ ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା-ଅଭିନେତା

Published By : Tapas Panda | November 16, 2024 5:16 PM

Image Courtesy: indiatoday

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାନ ଭାଇ ଏବଂ ପୂର୍ବତନ ଟିଡିପି ବିଧାୟକ ରାମମୂର୍ତ୍ତି ନାଇଡୁଙ୍କ ପରଲୋକ । ୭୨ ବର୍ଷ ବୟସରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ରାମମୂର୍ତ୍ତି ନାଇଡୁ । ଦୀର୍ଘ ଦିନ ଧରି ହୃଦରୋଗରେ ପୀଡ଼ିତ ଥିବା ରାମମୂର୍ତ୍ତିଙ୍କୁ ୩ ଦିନ ପୂର୍ବରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ । ମିଳିଥିବା ସୂଚନା ଅନୁସାରେ ରାମମୂର୍ତ୍ତି ନାଇଡୁଙ୍କ ଶେଷକୃତ୍ୟ ତାଙ୍କ ଗାଁ ନାରାଭାରିପାଲ୍ଲେରେ ନଭେମ୍ବର ୧୭ (ରବିବାର)ରେ ହେବ । 

ରାମମୂର୍ତ୍ତି ନାଇଡୁ ୧୯୯୪ରେ ଚନ୍ଦ୍ରଗିରି ବିଧାନସଭା ଆସନରୁ ଟିଡିପି ଟିକେଟ୍‌ରେ ଲଢ଼ି ନିର୍ବାଚିତ ହୋଇଥିଲେ । ସେ ତେଲୁଗୁ ଫିଲ୍ମ ପ୍ରଯୋଜକ ଏବଂ ଅଭିନେତା ନାରା ରୋହିତଙ୍କ ବାପା । ଯିଏ ନ୍ୟୁୟର୍କ ଫିଲ୍ମ ଏକାଡେମୀର ପୂର୍ବତନ ସଦସ୍ୟ । ସେପଟେ ରାମମୂର୍ତ୍ତି ନାଇଡୁଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଲୋକସଭା ସାଂସଦ ଡ. ସୁଧାକର କେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ‘ପ୍ରିୟର ଭାଇଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଁ ମୋର ସମବେଦନା ଜଣାଉଛି । ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ । ରାମମୂର୍ତ୍ତିଙ୍କ ଅମର ଆତ୍ମାକୁ ସଦଗତି ମିଳୁ, ଓମ ଶାନ୍ତି ।’  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.