ନୂଆଦିଲ୍ଲୀ,୧୪/୮ : ରାମାନନ୍ଦ ସାଗରଙ୍କ ରାମାୟଣ ଆଜି ବି ବହୁ ଲୋକପ୍ରିୟ ଅଟେ । ଏହି ଶୋ ସମସ୍ତଙ୍କୁ ଇମ୍ପେ୍ରସ କରିଥିଲା । ରାମ- ସୀତାଙ୍କ ଅଭିନୟ ନିଭାଇଥିବା ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିୟାଙ୍କୁ ଲୋକେ ଭଗବାନଙ୍କ ଭଳି ଆଜି ବି ପୂଜା କରିଥାନ୍ତି । ଏହି ଶୋର ପ୍ରତ୍ୟେକ ଚରିତ୍ର ନିଜ ଜବରଦସ୍ତ ଅଭିନୟରେ ଲୋକମାନଙ୍କ ହୃଦୟ ଜିତିଥିଲେ । ଏହି ଶୋରେ ଅରବିନ୍ଦ ତ୍ରିବେଦୀ ରାବଣର ଭୂମିକା ନିଭାଇ ଅମର ହୋଇଯାଇଥିଲେ । କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି ସେ ଏହି ଭୂମିକା ଲାଗି ପ୍ରଥମ ପସନ୍ଦ ନ ଥିଲେ । ତାଙ୍କ ପୂର୍ବରୁ ପ୍ରଥମେ ବଲିଉଡ଼ର ଭିଲେନଙ୍କୁ ଆପ୍ରୋଚ କରାଯାଇଥିଲା ।
ଅରବିନ୍ଦ ତ୍ରିବେଦୀ ଥରେ ନିଜେ ଖୁଲାସା କରିଥିଲେ କି ସେ ରାବଣର ଚରିତ୍ର ଲାଗି ପ୍ରଥମ ପସନ୍ଦ ନ ଥିଲେ । ତାଙ୍କ ପୂର୍ବରୁ ବଲିଉଡ଼ର ଭିଲେନ ଅମରେଶ ପୁରୀଙ୍କୁ ଏହି ଅଭିନୟ ଲାଗି ଅଫର ଦିଆଯାଇଥିଲା । କିନ୍ତୁ ସେ ମନା କରି ଦେଇଥିଲେ । ଯାହା ପରେ ଏହି ରୋଲ୍ ଅରବିନ୍ଦ ତ୍ରିବେଦୀଙ୍କ ହାତରେ ଲାଗିଥିଲା ଏବଂ ସେ ରାବଣ ହୋଇ କମାଲ୍ କରିଥିଲେ ।