ଜଗତସିଂହପୁର,୨୧/୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ରାହାମା ବନାଞ୍ଚଳ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ।

ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢାଉ ସମୟରେ ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା । ଯେଉଁଥିରେ ଗୋଟିଏ ବହୁମହଲା କୋଠା, ଗୋଟିଏ ଦ୍ୱିମହଲା କୋଠା, ୫ଟି ପ୍ଲଟ୍, ନଗଦ ୩.୬୯ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା, ୮୦.୬୮ ଲକ୍ଷ ଟଙ୍କା ଜମା ଇତ୍ୟାଦି ଅନ୍ତର୍ଭୁକ୍ତ, ଯାହାକୁ ସେ ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରିନାହାନ୍ତି । ତେବେ ଦୁର୍ନୀତି ନିବାରଣ (ପିସି) ଆଇନ ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ରାହାମା ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ବିରୁଦ୍ଧରେ କଟକ ଭିଜିଲା ମାମଲା ରୁଜୁ କରିଛି।