ନୂଆଦିଲ୍ଲୀ,୦୯/୧୧; ରାନ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ଗିରଫ ଅଭିଯୁକ୍ତ ଅଭିନେତା ତରୁଣ ଜେଲ୍ରେ ଲଗଜରୀ ଲାଇଫ୍ ବିତାଉଛନ୍ତି । ତାଙ୍କୁ ବିଶେଷ ସୁବିଧା ମିଳୁଛି । ତରୁଣଙ୍କୁ ଜେଲ୍ରେ ମୋବାଇଲ ଫୋନ୍, ଟେଲିଭିଜନ ଏବଂ ଅନ୍ୟ ସୁବିଧା ଉପଲବ୍ଧ ହୋଇଛି । ସୁତ୍ର ଅନୁସାରେ ତରୁଣଙ୍କ ପାଖରେ ଜେଲରେ ଟିଭି ଅଛି । ସେ ମୋବାଇଲ ମଧ୍ୟ ୟୁଜ କରୁଛନ୍ତି । ସେ ଜେଲରେ ଏକ ସ୍ୱତନ୍ତ୍ର ଖଟ, ସ୍ପେସାଲ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ସାଧନ ମଧ୍ୟ ଉପଲବ୍ଧ ଅଛି । ଏହି ମାମଲାରେ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
କହି ରଖୁଛି କି, ସୁନା ଚୋଲା ଚାଲାଣର ମାମଲା ସେବେ ଚର୍ଚ୍ଚାରେ ଆସିଥିଲା ଯେବେ ତଦନ୍ତ ଏଜେନ୍ସିଂ ତାର ଖୁଲାସା କରିଥିଲା । ଅଭିନେତ୍ରୀ ରାନ୍ୟା ରାଓ ଯିଏକି ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଝିଅ । ୨୦୨୩-୨୦୨୫ ମଧ୍ୟରେ ୫୦ରୁ ଅଧିକ ଥର ଦୁବାଇ ଯାତ୍ରା କରିଥିଲେ । ଡାଇରେକ୍ଟଡ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟଡ ତଦନ୍ତରେ ସାମ୍ନାକୁ ଆସିଥିଲା । ସୁନା ଚୋରା ଚାଲାଣ ମାମଲାରେ ରାନ୍ୟା ସାମିଲ ଥିଲେ । ମାମଲାରେ ତେଲୁଗୁ ଅଭିନେତା ତରୁଣଙ୍କ ନାମରେ ଅଭିଯୋଗ ଥିଲା କି, ସେ ରାନ୍ୟାଙ୍କୁ ଇଣ୍ଟରନ୍ୟାସନାଲ ଚୋରା ଚାଲାଣ ନେଟୱାର୍କ ସହ ଯୋଡିବାରେ ଭୂମିକା ଥିଲା । ଜେନେଭା ପଳାଇବାକୁ ଚେଷ୍ଟା କରୁଥିବା ବେଳେ
ତରୁଣଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା । ଏହା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା । ଜେଲରେ ଏତେ ହାଇପ୍ରୋଫାଇଲ କଏଦୀଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ନେଇ ପ୍ରଶ୍ନ ଉଠିଛି । ୨୦୧୮ରେ ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ପରିଚାୟମରେ ତରୁଣଙ୍କୁ ପରିଚୟ ମିଳିଥିଲା । ଫିଲ୍ମ ସୁଟିଂ ଏବଂ ପ୍ରମୋସନ ସମୟରେ ତରୁଣ ରାନ୍ୟା ରାଓଙ୍କୁ ଭେଟିଥିଲେ । ସେହିଠାରୁ ସୁନା ଚୋକା ଚାଲାଣ ନେଟୱାର୍କର କାହାଣୀ ଆରମ୍ଭ ହୋଇଥିଲା ।