ନୂଆଦିଲ୍ଲୀ : କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ନାଁ ଏହି ସମୟରେ କର୍ଣ୍ଣାଟକର ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି। ୧୪ କିଲୋ ସୁନାର ତସ୍କରୀ ଅଭିଯୋଗରେ ଗିରଫ ରାନ୍ୟା ରାଓ ଏହି ସମୟରେ ନ୍ୟାୟିକ ହେପାଜତରେ ଅଛନ୍ତି। ରାଓଙ୍କର ଜାମିନ ପାଇଁ ଆବେଦନ କରାଯାଇ ଥିଲା, ଯାହାକୁ ସ୍ପେଶାଲ କୋର୍ଟ ଖାରଜ କରି ଦେଇଛନ୍ତି। 

କେମିତି ଧରାପଡ଼ିଲେ ରାନ୍ୟା ରାଓ ? 

୩ ମାର୍ଚ୍ଚରେ ଯେବେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଲେ, ତ ସେ ଭିଆଇପି ପ୍ରୋଟୋକଲ ଅନୁସାରେ ଗ୍ରୀନ୍ ଚ୍ୟାନେଲରେ ବାହାରିବାକୁ ଚେଷ୍ଟା କରି ଥିଲେ। ଏହି ରାସ୍ତା ସେହି ଯାତ୍ରୀଙ୍କ ପାଇଁ ହୋଇଥାଏ , ଯାହାକୁ ଘୋଷିତ କରିବା ପାଇଁ କିଛି ହୋଇ ନଥାଏ। କିନ୍ତୁ ଏହି ସମୟରେ ମେଟାଲ ଡିଟେକ୍ଟରରେ ଯାଞ୍ଚରେ ଅଧିକାରୀଙ୍କୁ ରାନ୍ୟାଙ୍କ ଶରୀରରେ କିଛି ସଦିଗ୍ଧ ଜିନିଷ ଥିବାର ସଙ୍କେତ ମିଳି ଥିଲା । ଯେବେ ଅଧିକାରୀମାନେ ଯାଞ୍ଚ କଲେ ତ ପାଇଲେ କି , ରାନ୍ୟା ନିଜ ଅଣ୍ଟା ଓ ପାଦରେ ବ୍ୟାଣ୍ଡେଜ୍‌ ଓ ଟିସୁ ସାହାଯ୍ୟରେ ସୁନା ବିସ୍କୁଟ ଗୁଡ଼ାଇ ରଖି ଥିଲେ। ଏହା ବ୍ୟତୀତ , ତାଙ୍କର ଜୋତା ଓ ଜ୍ୟାକେଟ୍‌ର ଜିବ୍‌ରେ ମଧ୍ୟ ସୁନାର ଟୁକୁଡ଼ା ଲୁଚାଇ ଥିଲେ। ଯାଞ୍ଚରେ ଜଣାପଡ଼ିଲା ଯେ ଜବତ ସୁନା ୨୪ କ୍ୟାରେଟ୍‌ର ଥିଲା ଏବଂ ଏହାର ଓଜନ ୧୪.୨ କିଲୋଗ୍ରାମ୍‌ ଥିଲା, ଯାହାର ଦାମ୍‌ ପାଖାପାଖି ୧୨.୫୬ କୋଟି ଟଙ୍କା କୁହାଯାଉଛି।

ତସ୍କରୀ ପାଇଁ ୟଟ୍ୟୁବ୍‌ରୁ ଶିଖିଲେ ପ୍ଲାନ୍‌ –

ପଚରାପଚରି ବେଳେ ରାନ୍ୟା କହିଛନ୍ତି କି, ତାଙ୍କୁ ଦୁବାଇ ଏୟାରପୋର୍ଟର ଟର୍ମିନାଲ-୩ର ଗେଟ୍‌-ଏ ରେ ଏକ ଇଣ୍ଟରନେଟ୍‌ କଲ୍‌ ମାଧ୍ୟମରେ ନିର୍ଦ୍ଦେଶ ମିଳି ଥିଲା ଯେ , ସେଠାରୁ ତାଙ୍କୁ ସୁନା ସଂଗ୍ରହ କରିବାର ଅଛି। ରାନ୍ୟା ଏହା ମଧ୍ୟ କହିଛନ୍ତି କି ଏହା ତାଙ୍କର ପ୍ରଥମ ତସ୍କରୀର ପ୍ରୟାସ ଥିଲା ଏବଂ ସେ ୟୁଟ୍ୟୁବ୍ ଭିଡ଼ିଓ ଦେଖି ସୁନା ଲୁଚାଇବାର ଉପାୟ ଶିଖି ଥିଲେ। ଅଭିନେତ୍ରୀ କହିଛନ୍ତି କି , ଏୟାରପୋର୍ଟ ଲାଉଞ୍ଜରେ ଜଣେ ବ୍ୟକ୍ତି , ଯିଏ ୬ଫୁଟ୍‌ ଲମ୍ୱ , ଗହମ ରଙ୍ଗର ଓ ଆମେରିକୀୟ ଭାଷାରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଥିଲେ , ସେ ଅଭିନେତ୍ରୀଙ୍କୁ ଏକ କୋଣକୁ ନେଇ ସୁନା ପ୍ୟାକେଟ୍‌ ଦେଇ ଥିଲେ। 

ଭିଆଇପି ରାସ୍ତା ଦେବାରେ ପୁଲିସଙ୍କ ରହିଛି ହାତ –

ରାନ୍ୟାଙ୍କୁ ଭିଆଇପି ରାସ୍ତାରେ ବାହାରକୁ ଯିବାକୁ ବସପ୍ପା ବିଲ୍ଲୁର ଓରଫ ବସଭରାଜଙ୍କର ଭୂମିକା ସାମନାକୁ ଆସିଛି। ବସଭରାଜ କେମ୍ପେଗୌଡା ଏୟାରପୋର୍ଟରେ ହେଡ୍‌ କନଷ୍ଟେବଲ ଭାବେ ମୁତୟନ ଥିଲେ। ନିଜ ବୟାନରେ ବସଭରାଜ ସ୍ୱୀକାର କରିଥିଲେ କି, ସେ ରାନ୍ୟାଙ୍କୁ ବିମାନ ବନ୍ଦରର ସାଧାରଣ ସୁରକ୍ଷା ଯାଞ୍ଚରୁ ରକ୍ଷା କରି ଗ୍ରୀନ ଚ୍ୟାନେଲ୍‌ ଦେଇ ବାହାରକୁ ଆଣି ଥିଲେ। ବସଭରାଜ ଦାବି କରିଛନ୍ତି ଯେ, ତାଙ୍କୁ ଅନେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ପରିବାରର ସଦସ୍ୟଙ୍କୁ ଭିଆଇପି ପ୍ରୋଟୋକଲ ଅନୁସାରେ ଯିବାର ନିର୍ଦ୍ଦେଶ ମିଳିଥିଲା।

ରାନ୍ୟା ରାଓଙ୍କର ଗିରଫ ପରେ କର୍ଣ୍ଣାଟକର ରାଜନୀତିରେ ବିବାଦ ଘନେଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପର ସମୟ ଗତିଶୀଳ ହୋଇଛି। ସିବିଆଇ ଓ ଇଡି ଏହି ମାମଲାର ଗଭୀରତାର ସହ ଯାଞ୍ଚ କରୁଛନ୍ତି ଏବଂ ଏହି ତସ୍କରୀ ପଛରେ କେଉଁ କେଉଁ ବଡ଼ ନାଁ ସାମିଲ ଅଛି ଏହା ଜାଣିବାକୁ ଲାଗି ପଡ଼ିଛି।