ଅନୁଗୋଳ,୧୦/୪ : ଅନୁଗୋଳ ପକସୋ କୋର୍ଟ ଶୁକ୍ରବାର ଜଣେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୨୫ମସିହାରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୪ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ପଥରରେ ଛେଚି ହତ୍ୟା କରାଯାଇଥିଲା । ଅଭିଯୁକ୍ତ ହେଲେ ବାବୁଲା ଜେନା।
ସୂଚନା ଅନୁସାରେ, ଗୋଟିଏ ବର୍ଷ ଭିତରେ ୩୨ଜଣଙ୍କ ସାକ୍ଷ୍ୟ ଆଧାରରେ ଜଣକୁ ଫାଶି ଦଣ୍ଡ ଶୁଣାଇଛନ୍ତି ଅନୁଗୋଳ ପକସୋ କୋର୍ଟ। ନିଶା ଥାନା ଅନ୍ତର୍ଗତ ଏକ ଗାଁରେ ୧୫ମାର୍ଚ୍ଚ ୨୦୨୫ରେ ଏକ ନାବାଳିକାର ମୃତଦେହ ମିଳିଥିଲା। ସେହି ଗାଁର ବାବୁଲା ଜେନା ନାବାଳିକା ଝିଅକୁ ଫିଲ୍ମ ଦେଖାଇ ପରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ରାତିରେ ସେହି ଝିଅକୁ ଘର ପାଖ ନାଳ ପାଖରେ ପକାଇ ଦେଇଥିଲା। ସେ ମଧ୍ୟ ପୋଲିସ ତଦନ୍ତରେ ସହାୟତା କରିଥିଲା ସବୁ ଲୁଚାଇବା ପାଇଁ ।
କିନ୍ତୁ ପାରିପାର୍ଶ୍ବିକ ସ୍ଥିତି, ପୋଲିସର ଦୁର ଦୃଷ୍ଟି ଯୋଗୁଁ ତାକୁ ପ୍ରଥମେ ସନ୍ଦେହ ଏବଂ ପରେ ତଦନ୍ତ କରି ଧରିବାରେ ସକ୍ଷମ ହୋଇଥିଲା। ବାବୁଲା ମାନିଥିଲା ସେ ହିଁ ତାକୁ ଏକୁଟିଆ ମାରିଛି, ଆଉ ଲୁଚାଇ ରଖିଛି । ସେହି ଘଟଣାର ଆଜି ରାୟ ପ୍ରକାଶ ପାଇଛି ଆଉ ଫାଶି ଦଣ୍ଡାଦେଶ ହୋଇଛି ବୋଲି ଏସପି କହିଛନ୍ତି।