ମେଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ସମାଜରେ ସମ୍ମାନ ବୃଦ୍ଧି ହେବ, ପ୍ରମୋସନ ଯୋଗ, କର୍ମକ୍ଷେତ୍ରରେ ଉନ୍ନତି, ନୂତନ ଦ୍ରବ୍ୟକ୍ରୟ କରିପାରିବେ, ଯାନବାହନ କ୍ରୟ କରିପାରିବେ, କୋର୍ଟ କଚେରି ମାମଲାରେ ଜୟଯୁକ୍ତ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ରାଜନୀତି କ୍ଷେତ୍ରରେ ସଫଳ ହେବେ । ଟଙ୍କା ନବା ଦବାରେ ସତର୍କ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସଫଳ ହେବେ । କଥାବାର୍ତ୍ତାରେ ସତର୍କ ରହିବେ । ବାଦବିବାଦରୁ ଦୂରେଇ ରହିବେ ।
ଶୁଭରଙ୍ଗ : ଲାଲ ଓ କମଳା
ବୃଷ : ଶ୍ରୀଚନ୍ଦ୍ର/ଜନ୍ମ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ଅଚଳ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପରିବାରରେ ହସ ଖୁସିର ବାତାବରଣ ରହିବ, ବନ୍ଧୁ ମିଳନ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ମାନସିକଶାନ୍ତି, ଆର୍ଥିକ ଉନ୍ନତିହେବ, ଶରୀର ପ୍ରତି ଟିକେ ସତର୍କତା ଅବଲମ୍ବନ କରିବ କିମ୍ବା ଥଣ୍ଡା ସମସ୍ୟା ଦେଖା ଦେଇପାରେ ।
ଶୁଭରଙ୍ଗ : ଧଳା ଓ ସବୁଜ
ମିଥୁନ : ଦ୍ୱାଦଶ ଚନ୍ଦ୍ର, ମାନସିକ ଅଶାନ୍ତି, ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଯୋଗ, ଯାତ୍ରା କରିପାରିବେ, ଶରୀର ପ୍ରତି ସତର୍କ ରହିବେ, ଆଖି ସମସ୍ୟା ସୃଷ୍ଟି ହୋଇପାରେ । ମାନସିକ ଚାପ ଲାଗି ରହିବ । ବାପା ମା’ଙ୍କ ସେବା କରିବେ । ଧାର୍ମିକ କାର୍ଯ୍ୟରେ ଯୋଗ ଦାନ ଦେବେ ।
ଶୁଭରଙ୍ଗ : ଇଷତ୍ ଧଳା ଓ ସବୁଜ
କର୍କଟ :ଏକାଦଶ ଚନ୍ଦ୍ର ଯୋଗୁ ଧନ ପ୍ରାପ୍ତି, ଆର୍ଥିକ ଲାଭ ହେବ, ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ଉନ୍ନତି, ଇଚ୍ଛାପୂରଣ ହେବ । ସମାଜରେ ସମ୍ମାନ ମିଳିବ । ମନ ସନ୍ତୁଷ୍ଟ ରହିବ । ଆୟ ଅଧିକ ରହିବ । ଶରୀର ପ୍ରତି ସତର୍କ ରହିବେ । ଥଣ୍ଡା ସମସ୍ୟା ଦେଖା ଦେଇପାରେ । ରାଜନୀତି କ୍ଷେତ୍ରରେ ଉନ୍ନତି, ବନ୍ଧୁ ମିଳନ, ଗୃହେ ଆନନ୍ଦ ।
ଶୁଭରଙ୍ଗ : ପାଉଁସିଆ ଓ ନାଲି
ସିଂହ : ଦଶମଚନ୍ଦ୍ର ଯୋଗୁ ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରମୋସନ ଯୋଗ, କର୍ମକ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ପଦବୀ ଅଫିସର ମାନଙ୍କ ସାହାଯ୍ୟ, ପ୍ରାପ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ନୂତନ ଦ୍ରବ୍ୟଲାଭ, ଆୟବୃଦ୍ଧି, ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ସ୍ୱାଦିଷ୍ଟ ଖାଦ୍ୟ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ସଫଳତା ମିଳିବ ।
ଶୁଭରଙ୍ଗ : ସୁନେଲି ଓ କମଳା
କନ୍ୟା : ନବମ ଚନ୍ଦ୍ରଯୋଗୁ ଆୟଠାରୁ ବ୍ୟୟ ଅଧିକ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରିବେ । ଦୂରଯାତ୍ରା ଯୋଗ ଅଛି, ବନ୍ଧୁଙ୍କ ସାହାଯ୍ୟ ମିଳିବ । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଶରୀର ଭଲ ରହିବ, ଗୃହେ ଆନନ୍ଦ, ମାନସିକ ଶାନ୍ତି ମିଳିବ ।
ଶୁଭରଙ୍ଗ: ସବୁଜ, ଖଇରିଆ ଓ ଆକାଶିଆ
ତୁଳା: ଅଷ୍ଟମଚନ୍ଦ୍ର ଯୋଗୁ ଟଙ୍କା ଦବାନବାରେ ସତର୍କତା ଅବଲମ୍ବନ କରିବେ । ଶରୀର ଅସୁସ୍ଥ ରହିପାରେ । ମାନସିକ ଚାପ ଲାଗି ରହିବ । ନୂତନ କାର୍ଯ୍ୟଆରମ୍ଭ କରନ୍ତୁ ନାହିଁ । ଆର୍ଥିକକ୍ଷତି ହୋଇପାରେ । ଦୂରଯାତ୍ରା ନିଷେଧ, ବାଦବିବାଦ ହୋଇପାରେ । କଥାବାର୍ତ୍ତା ସତର୍କ ରହିବେ । ପରିବାରରେ ମନୋମାଳିନ୍ୟ ହୋଇପାରେ ।
ଶୁଭରଙ୍ଗ : ଧଳା ଓ ମାଟିଆ
ବିଛା : ସପ୍ତମଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟଲାଭ, ଯାନବାହନ କ୍ରୟ କରିପାରିବେ । ଗୃହେ ଆନନ୍ଦ, ମନ ପ୍ରସନ୍ନ ରହିବ । ଯାତ୍ରା କରିପାରିବେ । ନୂତନ ବସ୍ତ୍ରକ୍ରୟ କରିପାରିବେ । ବ୍ୟବସାୟରେ ଉନ୍ନତି, ଋଣ ମୁକ୍ତି, କର୍ମକ୍ଷେତ୍ରରେ ସଫଳତା, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରିବେ ।
ଶୁଭରଙ୍ଗ : ନାରଙ୍ଗି, ହଳଦିଆ ଓ ଧଳା
ଧନୁ : ଷଷ୍ଠଚନ୍ଦ୍ର ଯୋଗୁ ରାଜନୀତି କ୍ଷେତ୍ରରେ ଉନ୍ନତି, କୋର୍ଟ କଚେରି ମାମଲାରେ ଜୟଯୁକ୍ତ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ପ୍ରଫୁଲ୍ଲ ରହିବେ । ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି, ଋଣମୁକ୍ତି, ଅଯଥା ଯୁକ୍ତି କରନ୍ତୁ ନାହିଁ । ବାଦବିବାଦରୁ ଦୂରେଇ ରହିବେ ।
ଶୁଭରଙ୍ଗ : କଳାଓ ନାଲି
ମକର : ପଞ୍ଚମ ଚନ୍ଦ୍ରଘାତବାର, ପୁତ୍ର ଦୁହିତାକୁଳେ ଖର୍ଚ୍ଚ, ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ । ଶରୀର ପ୍ରତି ସତର୍କ ରହିବେ । ମାନସିକ ଚାପ ଲାଗି ରହିବ । ଯାନବାହନ ପ୍ରତିସତର୍କତା ଅବଲମ୍ବନ କରିବେ । ବୃଥା ଭ୍ରମଣ, ଆୟଠାରୁ ବ୍ୟୟ ଅଧିକ ରହିବ । ବାଦବିବାଦ ହେବାର ସମ୍ଭାବନା ଅଛି ।
ଶୁଭରଙ୍ଗ : ଖଇରିଆ ଓ ଆକାଶିଆ
କୁମ୍ଭ : ଚତୁର୍ଥ ଚନ୍ଦ୍ରଯୋଗୁ କର୍ମକ୍ଷେତ୍ରରେ ବାଧା ଘଟିପାରେ । ଗୃହେ ପରିବାରରେ ମନାନ୍ତର ହୋଇପାରେ । ଯାନବାହନ ପ୍ରତିସତର୍କତା, ପଡ଼ିଶା ମାନଙ୍କ ସହିତ କଳହ ହୋଇପାରେ । ମାନସିକ ଶାନ୍ତି, କର୍ମକ୍ଷେତ୍ରରେ ସାମାନ୍ୟ ବାଧା ଘଟିପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସାମାନ୍ୟ ଅସଫଳତା ଦେଖିବେ ।
ଶୁଭରଙ୍ଗ : ନାଲି, ହଳଦିଆ ଓ ନୀଳ
ମୀନ : ତୃତୀୟଚନ୍ଦ୍ର ଯୋଗୁ ଋଣ ମୁକ୍ତି, କର୍ମକ୍ଷେତ୍ରରେ ସଫଳତା ମିଳିବ । ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ହଠାତ୍ ଶୁଭଖବର ମିଳିପାରେ । ସମାଜରେ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଯାତ୍ରା କରି ପାରିବେ । ଧନପ୍ରାପ୍ତି, ଗୃହେ ଆନନ୍ଦ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ଉପକୃତ ହେବେ ।
ଶୁଭରଙ୍ଗ: ଗୋଲାପି, ନାଲି ଓ ଧଳା
ଜ୍ୟୋତିର୍ବିଦ୍: ଅନାମିକା ୯୭୭୭୭୧୧୭୩୩