ମେଷ : ଷଷ୍ଠ ଚନ୍ଦ୍ର, ସୁସମ୍ବାଦ ପ୍ରାପ୍ତି, କର୍ମକ୍ଷେତ୍ରରେ ମତଭେଦ ହୋଇପାରେ। ନିବେଶ କରନ୍ତୁ ନାହିଁ । ବାପା ମା’ ଓ ଗୁରୁଜନ ମାନଙ୍କ ସେବା କରନ୍ତୁ । ଅଯଥା ଖର୍ଚ୍ଚଯୋଗ, ବ୍ୟୟବୃଦ୍ଧି ହେବ । ମାନସିକ ଚାପ ଲାଗି ରହିବ, ଶରୀରରେ ସାମାନ୍ୟ ଦୁର୍ବଳତା ଦେଖା ଦେଇପାରେ । ଯାତ୍ରା ନିଷେଧ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସଫଳ ହୋଇପାରନ୍ତି । ହନୁମାନ ଚାଳିଶା ପାଠ କରନ୍ତୁ ।

ଶୁଭରଙ୍ଗ : ନାଲି, ଧଳା

ବୃଷ : ପଞ୍ଚମ ଚନ୍ଦ୍ର, ମାନସିକ ଚାପ ଲାଗି ରହିବ, କାର୍ଯ୍ୟରେ ସାମାନ୍ୟ, ବାଧାବିଘ୍ନ ଘଟିପାରେ, ଆର୍ଥିକ କ୍ଷେତ୍ରରେ ସାହାଯ୍ୟପ୍ରାପ୍ତି, ଅଯଥା ଖର୍ଚ୍ଚ ହୋଇପାରେ। ଅତିଶୀଘ୍ର କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି, ଗୃହେ ଆନନ୍ଦ, ଧୈର୍ଯ୍ୟ ରଖିବେ । ମା’ ଦୁର୍ଗାଙ୍କ ସ୍ମରଣ କରନ୍ତୁ ।

ଶୁଭରଙ୍ଗ : ଧଳା ଓ ଆକାଶିଆ

ମିଥୁନ : ଚତୁର୍ଥ ଚନ୍ଦ୍ର, ବୃଥା ଭ୍ରମଣ, କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟି ପାରେ । କ୍ଳାନ୍ତ ହେବାର ସମ୍ଭାବନା ଅଛି । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । କଳହ ହୋଇପାରେ, କଥାବାର୍ତ୍ତାରେ ସତର୍କ ରହିବେ । ମନରେ ଅସ୍ଥିରତା ଲାଗି ରହିବ, ସମ୍ମାନ ବୃଦ୍ଧିହେବ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ ।

ଶୁଭରଙ୍ଗ : ସବୁଜ, ଆକାଶିଆ ଓ ନୀଳ

କର୍କଟ : ତୃତୀୟ ଚନ୍ଦ୍ର, ଧନପ୍ରାପ୍ତି ଯୋଗ, ଆତ୍ମବିଶ୍ୱାସ ବୃଦ୍ଧିହେବ, ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି, ଅଟକି ରହିଥିବା କାର୍ଯ୍ୟ ପୂରଣହେବ । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଉଚ୍ଚ ପଦସ୍ଥ ଅଧିକାରୀ ସାହାଯ୍ୟ କରିବେ । ଆର୍ଥିକ ଉନ୍ନତି ହେବ, ନିବେଶ କରିପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ । ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ।

ଶୁଭରଙ୍ଗ : ଧଳା ଓ କ୍ରିମ୍

ସିଂହ : ଦ୍ୱିତୀୟଚନ୍ଦ୍ର, ଅଯଥା ଖର୍ଚ୍ଚଯୋଗ, ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ଗୃହେ ଆନନ୍ଦ, ମନରେ ସାମାନ୍ୟ ଭୟ ବା ଅସ୍ଥିରତା ରହିପାରେ । କର୍ମକ୍ଷେତ୍ରରେ ପ୍ରଶଂସା ହେବ । ବ୍ୟବସାୟରେଉନ୍ନତି, ଶରୀର ସୁସ୍ଥ ରହିବ । ପୁତ୍ର ଦୁହିତା କୁଳେ ଖର୍ଚ୍ଚ, ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଟଙ୍କା ନବଦବାରେ ସତର୍କ ରହିବେ । ପ୍ରଭାତେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ଶୁଭରଙ୍ଗ : ସୁନେଲି ଓ ଲାଲ୍

କନ୍ୟା : ଶ୍ରୀଚନ୍ଦ ବା ଜନ୍ମଚନ୍ଦ୍ର, କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରମୋସନ ଯୋଗ, ଆର୍ଥିକ ଉନ୍ନତି ହେବ । ଯାନ ବାହନ କ୍ରୟ କରିପାରନ୍ତି । ନୂତନ ଦ୍ରବ୍ୟଲାଭ, ଅଧିକ ଆତ୍ମବିଶ୍ୱାସ ରଖିବେ ନାହିଁ । ରାଜନୀତି କ୍ଷେତ୍ରରେ ସଫଳତା ପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ଜମିଜମା କ୍ରୟ କରିପାରନ୍ତି । ‘ଓଁ ଦୁଂବୁଧାୟ ନମ ମନ୍ତ୍ର ଜପ କରନ୍ତୁ ।

ଶୁଭରଙ୍ଗ : ସବୁଜ ଓ ଧଳା

ତୁଳା: ଦ୍ୱାଦଶ ଚନ୍ଦ୍ର, ମାନସିକ ଅଶାନ୍ତି, ଅତ୍ୟଧିକ ଖର୍ଚ୍ଚଯୋଗ, ଶାରୀରିକ କ୍ଳାନ୍ତି ବା ଚକ୍ଷୁ ଜନିତ ସମସ୍ୟା ଦେଖା ଦେଇପାରେ । ଆର୍ଥକ କ୍ଷେତ୍ରରେ ସତର୍କ ରହିବେ । କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ । ଦୂରଯାତ୍ରା କରିପାରନ୍ତି । କଠିନ ପରିଶ୍ରମ କରିବେ, ପରିବାରରେ ମତାନ୍ତର ଘଟିପାରେ । ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ।

ଶୁଭରଙ୍ଗ : ଈଷତ୍ ଧଳା ଓ ରୂପେଲି

ବିଛା : ଏକାଦଶ ଚନ୍ଦ୍ର, କର୍ମକ୍ଷେତ୍ରରେ ସଫଳତା, ସମ୍ମାନ ବୃଦ୍ଧି, ମନରେ ଉତ୍ସାହ ରହିବ। ଆର୍ଥିକ ଉନ୍ନତି, ବ୍ୟବସାୟରେ ଉନ୍ନତି, ଗୃହେ ଆନନ୍ଦ, ଶରୀର ସୁସ୍ଥ ରହିବ । କର୍ମ ସିଦ୍ଧି ହେବ । ଯାନବାହନ କ୍ରୟ କରିପାରନ୍ତି, ନିବେଶ କରିପାରନ୍ତି । ଆତ୍ମବିଶ୍ୱାସ ବୃଦ୍ଧି ହେବ। ଯାତ୍ରା ଶୁଭ, ହନୁମାନ ଚାଳିଶା ପାଠ କରନ୍ତୁ ।

ଶୁଭରଙ୍ଗ : ନାଲି ଓ ଗୋଲାପି

ଧନୁ : ଦଶମ ଚନ୍ଦ୍ର, କର୍ମକ୍ଷେତ୍ରରେ ସଫଳତା, ସମ୍ମାନ ବୃଦ୍ଧି, ମନରେ ଉତ୍ସାହ ରହିବ, ଆର୍ଥିକ ଉନ୍ନତି, ବ୍ୟବସାୟରେ ଉନ୍ନତି, ଗୃହେ ଆନନ୍ଦ, ଶରୀର ସୁସ୍ଥ ରହିବ, କର୍ମସିଦ୍ଧି ହେବ, ଯାନବାହନ କ୍ରୟ କରି ପାରିବେ, ନିବେଶ କରିପାରନ୍ତି । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯାତ୍ରା ଶୁଭ, ହନୁମାନ ଚାଳିଶା ପାଠ କରନ୍ତୁ ।

ଶୁଭରଙ୍ଗ : ହଳଦିଆ ଓ କେଶରୀ

ମକର : ନବମ ଚନ୍ଦ୍ର, ଧାର୍ମିକ କାର୍ଯ୍ୟ କରିବେ, ବାଦବିବାଦ ହେବାର ସମ୍ଭାବନା ଅଛି । ଶତ୍ରୁ ବୃଦ୍ଧି ହେବ । ଶରୀର ପ୍ରତି ସତର୍କ ରହିବେ । ନିବେଶ କରିବେ ନାହିଁ । ଯାତ୍ରା ନିଷେଧ, ଆର୍ଥିକ ଲାଭ ହେବ । କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ବାଧା ବିଘ୍ନ ଘଟିପାରେ । ନୂତନ କାର୍ଯ୍ୟ ଯୋଜନା କରିପାରିବେ । ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ହନୁମାନ ଚାଳିଶା ଜପ କରନ୍ତୁ ।

ଶୁଭରଙ୍ଗ : ନୀଳ ଓ କଳା

କୁମ୍ଭ : ଅଷ୍ଟମ ଚନ୍ଦ୍ର, ମାନ ସମ୍ମାନ ହାନି ହୋଇପାରେ । କଥାବାର୍ତ୍ତାରେ ସତର୍କ ରହିବେ । ମାନସିକ ଦୁଶ୍ଚିନ୍ତା ଲାଗି ରହିବ । କାର୍ଯ୍ୟକ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ । ଶାରୀରିକ କ୍ଳାନ୍ତି କିମ୍ବା ପେଟଜନିତ ସମସ୍ୟା ଦେଖା ଦେଇପାରେ । ଟଙ୍କା ପଇସା ଦବାନବାରେ ସତର୍କ ରହିବେ । ଯାତ୍ରା ନିଷେଧ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।

ଶୁଭରଙ୍ଗ : ନୀଳ ଓ କଳା

ମୀନ : ସପ୍ତମଚନ୍ଦ୍ର, ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, ସମାଜରେ ସମ୍ମାନ ବଢ଼ିବ । ନୂଆବନ୍ଧୁ ସୃଷ୍ଟି ହେବେ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ଶରୀର ଉତ୍ତମ ରହିବ । ଆୟଠାରୁ ବ୍ୟୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଯାନବାହନ ପ୍ରତି ସତର୍କ ରହିବେ । ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ ।

ଶୁଭରଙ୍ଗ : ହଳଦିଆ ଓ ସୁନେଲି

ଜ୍ୟୋତିର୍ବିଦ୍: ଅନାମିକା : ୯୭୭୭୭୧୧୭୩୩