ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଫିଲ୍ମ 'କିଙ୍ଗଡ଼ମ୍' ର ଟିଜର ଆଉଟ୍, ନୂଆ ଅବତାରରେ ନଜର ଆସିବେ ବିଜୟ ଦେବରକୋଣ୍ଡା

Published By : Anindita Ratha | March 18, 2025 12:52 PM

ମୁମ୍ବାଇ,୧୮/୦୩: ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଅଭିନେତା ଫିଲ୍ମ 'କିଙ୍ଗଡ଼ମ୍' ସହ ଫେରୁଥିବା ବେଳେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଯାହାର ଭିଡି଼ଓ ଅଭିନେତା ନିଜେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଏକ ମ୍ୟୁଜିକାଲ ଟିଜର ହୋଇଥିବା ବେଳେ ଏଥିରେ ମ୍ୟୁଜିକ ପ୍ଲେ ହେଉଛି ଏବଂ ଯୁଦ୍ଧର କିଛି ସିନ୍ ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢନ୍ତୁ-  AR Rahman: ଡାକ୍ତରଖାନାରେ ଏଆର ରେହମାନ, ଚିନ୍ତାବ୍ୟକ୍ତ କଲେ ସାଇରା ରେହମାନ




ଅନିରୁଦ୍ଧ ଏହାର ମ୍ୟୁଜିକ ଦେଇଥିବା ବେଳେ ଏହା ବେଶ୍ ସାନନ୍ଦାର ହୋଇଛି । ଏହି ଟିଜରକୁ ଦେଖି ଫ୍ୟାନ୍ସ ଫିଲ୍ମକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ବହୁତ ଭଲ ।   ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ବେଶ୍ ପ୍ରଭାବଶାଳୀ । ଏହି ଭିଡିଓରେ ଏଭଳି ଅନେକ କମେଣ୍ଟ ଦେଖିବାକୁ ମିଳିଛି । ଅଭିନେତା ଫିଲ୍ମକୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ । ପୂର୍ବରୁ ଏହି ଫିଲ୍ମକୁ ଭିଡ଼ି୧୨ କୁହାଯାଉଥିଲା । ଅର୍ଥାତ ବିଜୟ ଦେବରକୋଣ୍ଡାଙ୍କ ଏହା ଦ୍ବାଦଶ ଫିଲ୍ମ । ଏହାପରେ ଫିଲ୍ମର ଟାଇଟଲ ଫାଇନାଲ ହୋଇ 'କିଙ୍ଗଡ଼ମ୍' ରଖାଯାଇଛି । ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ । ବିଜୟ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ବେଶ୍ ଚର୍ଚ୍ଚାରେ ରୁହନ୍ତି ।  ଅନେକ ଦିନ ଧରି କୁହାଯାଉଛି ଯେ, ଅଭିନେତା ଓ ରଶ୍ମିକା ମନ୍ଦାନା ଉଭୟଙ୍କୁ  ଡେଟ୍ କରୁଛନ୍ତି । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.