ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଫିଲ୍ମ ‘ମାଇସା’ରେ ରଶ୍ମିକା ଫାର୍ଷ୍ଟ ଲୁକ୍ ରିଲିଜ୍, ନିଜ ଚରିତ୍ରକୁ ନେଇ ବେଶ ଉତ୍ସାହିତ ଅଭିନେତ୍ରୀ

Published By : Prameya | June 28, 2025 8:26 AM

ମୁମ୍ବାଇ ୨୮/୦୬: ରଶ୍ମିକା ମନ୍ଦାନାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମର ଘୋଷଣା ହୋଇଛି । ଶୁକ୍ରବାର ଫିଲ୍ମ ‘ମାଇସା’ର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ‘ପୁଷ୍ପା-୨’ ପରେ ଏହା ରଶ୍ମିକାଙ୍କର ଅନ୍ୟତମ ପାନ୍‌ ଇଣ୍ଡିଆ ଫିଲ୍ମ। ଅନ୍‌ଫର୍ମୁଲା ଫିଲ୍ମସ ବ୍ୟାନର୍‌ ଅଧୀନରେ  ନିର୍ମିତ ‘ମାଇସା’ର କାହାଣୀ ଜଣେ  ମହିଳା ଯୋଦ୍ଧାଙ୍କ ସାହସ ଓ ନିର୍ଭୀକତାକୁ  ପରଦାକୁ ଆଣିବ । ଫିଲ୍ମର ପୋଷ୍ଟର୍‌ରେ  ରଶ୍ମିକାଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ  ମିଳିଛି । ତାଙ୍କର ଏଭଳି ରୂପ ପୂର୍ବରୁ  କେବେ ଦେଖିନଥିଲେ ଦର୍ଶକ । ତାଙ୍କ ଚେହେରାରେ ଜୋଶ୍‌ ସ୍ପଷ୍ଟ ଦେଖିବାକୁ  ମିଳୁଛି । ରଶ୍ମିକା ଏହି ପ୍ରୋଜେକ୍ଟକୁ ନେଇ ଖୁବ୍‌ ଉତ୍ସାହିତ ।

ଫିଲ୍ମର ଟାଇଟଲ  ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରି ସେ କ୍ୟାପ୍‌ସନ ଲେଖିଛନ୍ତି  ‘ମୁଁ ସର୍ବଦା ଆପଣଙ୍କୁ କିଛି ନୂଆ... କିଛି ଭିନ୍ନ... କିଛି ରୋମାଞ୍ଚକ ଦେବାକୁ ଚେଷ୍ଟା  କରେ । ଏହା ସେହିଭଳି ଏକ ପ୍ରୋଜେକ୍ଟ । ଏଭଳି ଏକ ଚରିତ୍ର, ଯାହା ମୁଁ ପୂର୍ବରୁ  କେବେ ନିର୍ବାହ କରିନାହିଁ । ଏଭଳି ଏକ ଦୁନିଆ ଯେଉଁଠିକୁ ମୁଁ ପୂର୍ବରୁ କେବେ ଯାଇନାହିଁ । ମୋର ଏଭଳି ରୂପକୁ ମୁଁ  ନିଜେ ବି ଏପର୍ଯ୍ୟନ୍ତ ଦେଖିନଥିଲି । ଏହା କ୍ରୋଧପୂର୍ଣ୍ଣ । ଖୁବ୍‌ ଦମ୍‌ଦାର ଏବଂ ପୂରା  ଅସଲି । ମୁଁ ଟିକିଏ ନର୍ଭସ୍‌ ଅଛି, କିନ୍ତୁ  ବହୁତ ଖୁସି । ଆପଣଙ୍କୁ ଫିଲ୍ମ ଭେଟି ଦେବାକୁ ମୁଁ ଆଉ ଅପେକ୍ଷା କରିପାରୁନି ।’  ‘ମାଇସା’ ଏକ ଇମୋସନାଲ ଆକ୍ସନ୍‌  ଫିଲ୍ମ, ଯାହା ଗୋଣ୍ଡ ଜନଜାତିର ମନଛୁଆଁ  ଓ ଅଦେଖା ଦୁନିଆକୁ ନେଇଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.