ମୁମ୍ବାଇ,୨୨/୩ : ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ୨୬ଫେବୃଆରୀ ୨୦୨୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଲମ୍ବା ସମୟ ପର୍ଯ୍ୟନ୍ତ ଜଣେ ଅନ୍ୟ ଜଣଙ୍କୁ ଡେଟ୍ କରିବା ପରେ ଉଭୟେ ବିବାହ କରି ଫ୍ୟାନ୍ସଙ୍କୁ ସବୁଠାରୁ ବଡ଼ ସରପ୍ରାଇଜ୍ ଦେଇଥିଲେ । ଚାରିଆଡ଼େ ରଶ୍ମିକା- ବିଜୟଙ୍କ ଓ୍ବେଡିଂ ଲୁକର ଚର୍ଚ୍ଚା ହେବାରେ ଲାଗିଛି ଏବଂ ଖୁବ୍ ତାରିଫ୍ ବି ହେଉଛି । ବିବାହରେ ରଶ୍ମିକା ଏବଂ ବିଜୟ ସୁନାରେ ଛାଇଯାଇଥିଲେ । ପ୍ରି-ଓ୍ବେଡିଂ ସେରିମନୀର ଫଟୋ ବି ଫ୍ୟାନ୍ସଙ୍କ ଧ୍ୟାନ ଟାଣିଥିଲା । ବିବାହ- ରିଶେସ୍ପନ ପରେ ଏବେ ଉଭୟେ ଥାଇଲ୍ୟାଣ୍ଡର ସମୁଇରେ ହନୀମୁନ କରୁଛନ୍ତି । ସେଠାରୁ ଦମ୍ପତ୍ତିଙ୍କ ବହୁ ରୋମାଣ୍ଟିକ୍ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡ଼ିଆରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟେ ବହୁ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି । ଭାଇରାଲ ହେଉଥିବା ଫଟୋରେ ରଶ୍ମିକା ଏବଂ ବିଜୟ ଶିଢୀ ଉପରେ ଛିଡ଼ା ହୋଇଥିବା ନଜର ଆସୁଛନ୍ତି ଏବଂ ଜଣେ ଅନ୍ୟ ଜଣଙ୍କୁ ହଗ୍ କରୁଥିବା ଦେଖାଯାଉଛନ୍ତି । ଫଟୋରେ ବିଜୟ ବ୍ଲାକ୍ ଟି-ଶାର୍ଟ ଏବଂ ବ୍ଲାକ୍ ପ୍ୟାଣ୍ଟରେ ନଜର ଆସୁଛନ୍ତି। ସେହିଭଳି ରଶ୍ମିକା ଫ୍ଲୋରଲ ପ୍ରିଣ୍ଟ ଡ୍ରେସରେ ଦେଖାଯାଉଛନ୍ତି ।
ଫ୍ୟାନ୍ସ ନିଜ ପସନ୍ଦିତା ଦମ୍ପତ୍ତିଙ୍କ ଫଟୋ ଦେଖିବା ପରେ ଏବେ ସୋସିଆଲ ମିଡ଼ିଆରେ ଖୁବ୍ କମେଣ୍ଟ କରିବାରେ ଲାଗିଛନ୍ତି । କେତେକ ୟୁଜର୍ସ କମେଣ୍ଟରେ ରଶ୍ମିକା- ବିଜୟଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ କ୍ୟୁଟ୍ ଦମ୍ପତ୍ତି ବୋଲି କହୁଛନ୍ତି ।