ମୁମ୍ବାଇ ୨୦/୦୧: ବିବାହ ଗୁଜବକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା । ଆସନ୍ତା ଫେବ୍ରୁଆରୀ ୨୬ରେ ଉଦୟପୁରରେ ଉଭୟ ବିବାହ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା । ଗତ ଅକ୍ଟୋବରରେ ଉଭୟଙ୍କର ନିର୍ବନ୍ଧ ହୋଇଥିବା ରିପୋର୍ଟ ମଧ୍ୟ ଆସିଥିଲା । ସଦ୍ୟ ସାକ୍ଷାତକାରରେ ରଶ୍ମିକା ଏ ବିଷୟରେ ଆଲୋଚନା କରିଛନ୍ତି । ଆସନ୍ତା ମାସ ବିବାହ ବିଷୟରେ ସେ କହିଛନ୍ତି, ଗତ ୪ ବର୍ଷ ତଳେ ତାଙ୍କ ବିବାହ ଗୁଜବ ଉଠିଥିଲା । ଲୋକେ ଏବେ ବି ସମାନ ପ୍ରଶ୍ନ ପଚାରି ଚାଲିଛନ୍ତି । ଉତ୍ତର ଶୁଣିବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ସତ କଥା ହେଉଛି, ଏ ବିଷୟରେ କହିବାର ସମୟ ଆସିଲେ, ମୁଁ ନିଶ୍ଚୟ କହିବି । କ୍ୟାମେରା ସାମ୍ନାରେ ଏ ବିଷୟରେ ଆଲୋଚନା କରିବାରେ ସହଜ ନୁହନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରୋମ ରଶ୍ମିକା ଓ ବିଜୟଙ୍କ ନିର୍ବନ୍ଧ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ଏ ବିଷୟରେ ମୁହଁ ଖୋଲିଲେ ନାହିଁ । ତେବେ କାର୍ଯ୍ୟକ୍ରମର ଫଟୋରୁ ଫ୍ୟାନ୍ ଉଭୟଙ୍କ ନିର୍ବନ୍ଧ ବିଷୟରେ ଅନୁମାନ କଲେ । ରିପୋର୍ଟ ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୬ରେ ଉଦୟପୁର ମହଲରେ ରଶ୍ମିକା-ବିଜୟଙ୍କର ହାତଗଣ୍ଠି ପଡ଼ିବ । କେବଳ ପରିବାର ଓ ଘନିଷ୍ଠ ବ୍ୟକ୍ତି ବିବାହରେ ସାମିଲ ହେବେ । ରଶ୍ମିକା-ବିଜୟ ‘ଗୀତା ଗୋବିନ୍ଦମ୍’, ‘ଡିୟର କମ୍ରେଡ୍’ ଫିଲ୍ମରେ ଏକାଠି କାମ କରିଥିଲେ । ରାହୁଲ ସଂକ୍ରିତ୍ୟାନଙ୍କ ଆଗାମୀ ଫିଲ୍ମରେ ଉଭୟ ସ୍କ୍ରିନ୍ ଶେୟାର କରିପାରନ୍ତି ।