ନୂଆଦିଲ୍ଲୀ ୧୦/୦୨: ଫିଲ୍ମ ‘କକ୍‌ଟେଲ୍-୨’କୁ ନେଇ ଚର୍ଚ୍ଚାରେ ରଶ୍ମିକା ମନ୍ଦାନା । ଏହା ଜରିଆରେ ସେ ଶାହିଦ କପୁରଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଫିଲ୍ମର ସୁଟିଂ ନିକଟରେ ଶେଷ ହୋଇଛି । କ୍ରିତି ସାନନ୍ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଇତିମଧ୍ୟରେ ଆଉ ଏକ ଖବର ସିନେପ୍ରେମୀଙ୍କ ଉତ୍ସାହ ବଢ଼ାଇଛି । ରଶ୍ମିକା ଆଉ ଏକ ଫିଲ୍ମରେ ଶାହିଦଙ୍କ ସହ କାମ କରିବେ । ଉଭୟ ଫିଲ୍ମ ପାଇଁ ରାଜି ହୋଇଛନ୍ତି । ‘ବଧାଇ ହୋ’ ଓ ‘ମୈଦାନ’ ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ଆଗାମୀ ଫିଲ୍ମରେ ରଶ୍ମିକା-ଶାହିଦ କାମ କରିବେ । ରୋମାନ୍ସ-କମେଡିଧର୍ମୀ ଏହି ଫିଲ୍ମର ଟାଇଟଲ ଘୋଷଣା ହୋଇନାହିଁ । ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ସୁଟିଂ ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ...ହଜି ଯାଇଥିବା ପିଲାକୁ ପରିବାର ସହ ମିଳାଇଲେ ସୋନୁ ନିଗମ , ହାତ ଧରି ଷ୍ଟେଜରେ ଗାଇଲେ ଗୀତ

ଶାହିଦ ଏବେ ‘ଓ ରୋମିଓ’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଆସନ୍ତା ୧୩ ତାରିଖରେ ଏହା ମୁକ୍ତିଲାଭ କରିବ । ଇତିମଧ୍ୟରେ ସେ ନିଜର ୱେବ୍ ସିରିଜ୍ ‘ଫର୍ଜି’ର ସିଜନ୍-୨ ବିଷୟରେ ମଧ୍ୟ ସଙ୍କେତ ଦେଇଛନ୍ତି । ସେପଟେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ବିବାହକୁ ନେଇ ରଶ୍ମିକା ଖବରରେ ରହିଛନ୍ତି । ଖୁବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।