ନୂଆଦିଲ୍ଲୀ,୦୯/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଜୁନ୍‌ ୧୬ରେ ରଜ ମହୋତ୍ସବ ରାଷ୍ଟ୍ରପତି ଭବନରେ  ପାଳନ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୋଳିଖେଳ ହେବ ମୁଖ୍ୟ  ଆକର୍ଷଣ । ପୋଡ ପିଠାରୁ ଆରମ୍ଭ କରି ଓଡିଶାର ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଆୟୋଜନ କରାଯାଇଛି।  ଦେଶର ରାଷ୍ଟ୍ରପତି ପଦରେ ଆସୀନ ହେବା ପରଠାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଓଡିଶାର ବିଭିନ୍ନ ପର୍ବପର୍ବାଣୀ ପାଳନ କରିଆସୁଛନ୍ତି ।

ତେବେ ଗତ ଦୁଇ  ବର୍ଷ ଧରି କେତେକ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ  ରାଷ୍ଟ୍ରପତି ରଜ ମହୋତ୍ସବ ପାଳନ ନ କରିବାକୁ ସ୍ଥିର  କରିଥିଲେ । ରାଷ୍ଟ୍ରପତି ଭବନ ଛଡା ଦିଲ୍ଲୀର ଓଡିଆସଂଗଠନଗୁଡ଼ିକ ମଧ୍ୟ ରଜ ପାଳନ କରିବା ପାଇଁ  ବିଭିନ୍ନ ଆୟୋଜନ କରିବାରେ ଲାଗିଛନ୍ତି । କଳିଙ୍ଗ  ଭାରତୀ ଫାଉଣ୍ଡେସନ୍‌ ଗୁରୁଗ୍ରାମଠାରେ ଏନେଇ  ବ୍ୟାପକ ଆୟୋଜନ କରୁଛି ।

ଅଧିକ ପଢ଼ନ୍ତୁ :-  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ଚରିତ୍ରରେ ଦାଗ ନୁହେଁ ବିନା ବିବାହରେ ସମ୍ପର୍କ

କଳିଙ୍ଗ ଭାରତୀ  ଫାଉଣ୍ଡେସନର ଅଧ୍ୟକ୍ଷ ଅକ୍ଷୟ ସାମଲ କହିଛନ୍ତି,  ଏ ବର୍ଷର ରଜ ପର୍ବ ବିକଶିତ ଭାରତ ୨୦୪୭ ପାଇଁ  ସର୍ମପିତ ହେବ । ଏହି ଅବସରରେ ଓଡିଶାର ଲୋକ  ସଂସ୍କୃତି, ପାରମ୍ପରିକ ନୃତ୍ୟ ଓ ହସ୍ତକଳାର ଝଲକ  ଦେଖିବାକୁ ମିଳିବ ବୋଲି ସେ କହିଥିଲେ ।