ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କେତେ ସଂପତ୍ତିର ମାଲିକ ଥିଲେ ରତନ ଟାଟା, କିଏ ହେବେ ତାଙ୍କ ଉତ୍ତରାଧିକାରୀ ?

Published By : Tapas Panda | October 10, 2024 11:59 AM

Image Courtesy: indiatoday

ମୁମ୍ବାଇ: ଆଉ ନାହାନ୍ତି ଭାରତର ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ଭାରତୀୟ ଶିଳ୍ପ ଜଗତରେ ଘଟିଛି ଅପୂରଣୀୟ କ୍ଷତି। ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଶିଳ୍ପପତି ରତନ ଟାଟା । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସେର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରତନ ଟାଟାଙ୍କ ବିୟୋଗ ପରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି । 

ଟାଟା ଟ୍ରଷ୍ଟ ମାଧ୍ୟମରେ ରତନ ଟାଟା ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ସହାୟତା କରିଛନ୍ତି । ସେ ୧୯୯୧ରେ ଟାଟା ଗ୍ରୁପର ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୨ ପର୍ଯ୍ୟନ୍ତ କମ୍ପାନିର ଚେୟାରମ୍ୟାନ୍‌ ଥିଲେ । ଟାଟା ଗ୍ରୁପ୍‌ର ବ୍ୟବସାୟ ଘରର ରୋଶେଇ ଶାଳରୁ ନେଇ ଆକାଶରେ ଉଡ଼ୁଥିବା ଉଡ଼ାଜାହାଜ ପର୍ଯ୍ୟନ୍ତ କାୟା ବିସ୍ତାର କରିଛି । ରିପୋର୍ଟ ଅନୁସାରେ, ୨୦୨୨ରେ ରତନ ଟାଟାଙ୍କ ମୋଟ ସଂପତ୍ତିର ମୂଲ୍ୟ ୩୮୦୦ କୋଟି ଟଙ୍କା ଥିଲା । ହୁରୁନ ଇଣ୍ଡିଆ ଧନୀ ତାଲିକାରେ ରତନ ଟାଟା ୪୨୧ ତମ ସ୍ଥାନରେ ଥିଲେ । 

ରତନ ଟାଟାଙ୍କ ନିଧନ ପରେ କିଏ ହେବେ ତାଙ୍କ ଉତ୍ତରାଧିକାରୀ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମସ୍ତେ ଜାଣନ୍ତି ଯେ ରତନ ଟାଟା ଅବିବାହିତ ଥିଲେ । ଏଥିପାଇଁ ତାଙ୍କର କେହି ସନ୍ତାନ ମଧ୍ୟ ନାହାନ୍ତି । ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି । ତେବେ ଏହି ଅଚଳାଚଳ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ? ଏହାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗିରହିଛି ।

ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା ଶୀର୍ଷରେ ଅଛନ୍ତି । ନୋଏଲ୍ ଟାଟା, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ । ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି । ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି ।

ନୋଏଲ୍ ଟାଟାଙ୍କ ସମସ୍ତ ସନ୍ତାନ ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ଅଛନ୍ତି । ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ନିଭାଉଛନ୍ତି । ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ବହୁ ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା, ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି । ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି । ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି। ରତନ ଟାଟାଙ୍କ ନିଧନ ହୋଇଥିବା ବେଳେ ଏବେ ଟାଟା ସାମ୍ରାଜ୍ୟର ଦାୟିତ୍ବ କିଏ ସମ୍ଭାଳିବେ ତା ଉପରେ ସମସ୍ତଙ୍କ ନଜର । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.