ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଘୋଷଯାତ୍ରା ନେଇ ଚଳଚଞ୍ଚଳ ରଥଖଳା ; ସରିଲା ୨୮ଟି ତୁମ୍ବ ଗୋଲେଇ କାର୍ଯ୍ୟ

Published By : Ankita S | May 5, 2025 9:03 AM

ପୁରୀ,୦୫/୦୫: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚଳଚଞ୍ଚଳ ହୋଇଛି ରଥଖଳା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଚତୁର୍ଥ ଦିନରେ ରଥ ଚକ ପାଇଁ ୨୮ଟି ତୁମ୍ବ ଗୋଲେଇ କାର୍ଯ୍ୟଶେଷ ହୋଇଛି  । ଶାଳ ପୂଜା ପରେ ଅରକଣ୍ଟା ପଡ଼ିଲା । ତୃତୀୟ ଦିନର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ମୋଟ ୪୦ ଗୋଟି ତୁମ୍ବ ଗଡରୁ ତିନି ରଥର ମହାରଣା ସେବକ ମାନେ ୬ଟି ଲେଖାଏଁ ହିସାବରେ ୧୮ ଗୋଟି ତୁମ୍ବର ଗୋଲେଲ କାର୍ଯ୍ୟ ଶେଷ କରିଥିଲେ ।

ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି । କରତୀ ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି । ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ରଥ ନିର୍ମାଣ । ରଥ ଖଳାକୁ ବିନ୍ଧ ମେସିନ୍‌ ଆସିଗଲାଣି । ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହେବ । ଅର୍ଥାତ୍‌ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅରକଣ୍ଟା ତିଆରି ଆରମ୍ଭ କରିଛନ୍ତି । ତିନି ରଥର ୪୨ ଗୋଟି ଚକ ପାଇଁ ୪୨ ଟି ତୁମ୍ବର ଆବଶ୍ୟକତା ଥିବାବେଳେ କରତୀ ସେବକମାନେ ଚତୁର୍ଥ ଦିନ ସୁଦ୍ଧା ୪୧ ଗୋଟି ତୁମ୍ବ ଗଡ କରି ଯୋଗାଉଛନ୍ତି ।

ପ୍ରଥମେ ଶାଳ ପୂଜା କରାଗଲା । ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି । ଚକ ତିଆରିରେ ଅରକଣ୍ଟା ଲାଗିବ । ଆଜି ୩୮ ଜଣ ବିଶ୍ୱକର୍ମା, ୬ ଓଝା, ୪ କରତି ଓ ୧୯ ଭୋଇ ସେବକଙ୍କ ସମେତ ରଥ ଖଳା ସହାୟକଙ୍କୁ ମିଶାଇ ଆଜି ମୋଟ ୬୮ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ...ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ସାମାଜିକ ଗଣମାଧ୍ୟମରେ ଶ୍ରୀକ୍ଷେତ୍ରକୁ ବିରୋଧ


ରଥଖଳା:ରଥ ନିର୍ମାଣ କାର୍ଯ୍ୟ (୦୪.୦୫.୨୦୨୫ ଚତୁର୍ଥ ଦିବସ)

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

*ତିନିରଥ ମହାରଣା ସେବକ -୩୮

*ତିନିରଥ କରତୀ ସେବକ   - ୪

*ତିନିରଥ କମାର ସେବକ   - ୬

*ତିନିରଥ ଭୋଇ ସେବକ    - ୧୯

*ରଥଖଳା ସହାୟକ(ପାଣି ବାଲା)୧

ମୋଟ - ୬୮ ଜଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.