ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ୱବ୍ୟାପୀ ଗୋଟିଏ ଦିନରେ ହେବ ରଥଯାତ୍ରା

Published By : Prameya | December 3, 2024 11:43 AM

ପୁରୀ,୦୩/୧୧: ସମଗ୍ର ବିଶ୍ୱରେ ଗୋଟିଏ  ତିଥିରେ ପାଳନ ହେବ ରଥଯାତ୍ରା । ପୁରୀ ଜଗନ୍ନାଥ  ମନ୍ଦିରର ନିୟମାବଳିକୁ ସମସ୍ତଙ୍କୁ ମାନିବାକୁ ହେବ ।  ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ  ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀନଅରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି । ଏହି ବୈଠକରେ ଇସ୍କନ ଇଣ୍ଟରନ୍ୟାସନାଲ ଫୋରମ୍‌ ଗଭର୍ଣ୍ଣିଂ ବଡ଼ି ଜେନେରାଲର ଚେୟାରମ୍ୟାନ ଗୁରୁପ୍ରସାଦ ସ୍ୱାମୀ ମହାରାଜ, ଓଡ଼ିଶା ଇସ୍କନ ଡାଇରେକ୍ଟର ପ୍ରେମାନନ୍ଦ  ଦାସମହାରାଜ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର  ବନମାଳି ଚନ୍ଦ୍ର ଦାସ ସାମିଲ ହୋଇଥିଲେ । ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ବୈଠକରେ  ଉପସ୍ଥିତ ଥିଲେ । 

ବୈଠକରେ, ଶ୍ରୀମନ୍ଦିର ତରଫରୁ  ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ  ଦ୍ୱିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର  ଶାସ୍ତ୍ର ସମ୍ମତ ବିଧି ରହିଛି । ତେଣୁ ଏହି ସମୟରେ ହିଁ  ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ । ଏଥିରେ ବ୍ୟତିକ୍ରମ ହୋଇପାରିବ ନାହିଁ । ଏନେଇ ଉଭୟ  ପକ୍ଷର ଗବେଷକମାନେ ଶୀଘ୍ର ଆଲୋଚନା କରିବେ ବୋଲି  ବୈଠକରେ ନିଷ୍ପତ୍ତି ହେଲା । ଇସ୍କନ କର୍ତ୍ତୃପକ୍ଷ ଆଗାମୀ  ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି  ବୈଠକରେ ଏସମ୍ବନ୍ଧରେ ପ୍ରସ୍ତାବ ଆଗତ କରିବେ ବୋଲି  କହିଥିଲେ । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ  ପାଢ଼ୀ ଏନେଇ ସୂଚନା ଦେଇ କହିଛନ୍ତି, ଅନ୍ୟ ଦିନରେ  ରଥଯାତ୍ରା କରିବା ପାଇଁ ଇସ୍କନ କହିଥିଲା । ହେଲେ  ଶ୍ରୀମନ୍ଦିର ପ୍ରଶାସନ ଏଭଳି ନ କରିବାକୁ ଅନୁରୋଧ  କରିଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିଶନ ବୈଠକରେ  ଏହି ପ୍ରସଙ୍ଗ ଉପସ୍ଥାପିତ କରି ପଲିସୀ ଆଣିବାକୁ ଇସ୍କନକୁ  କୁହାଯାଇଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । 

ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ଇସ୍କନକୁ ସୂଚନା ଦିଆଯାଇଛି ଯେ,  ଶ୍ରୀମନ୍ଦିର ପରମ୍ପରାକୁ କ୍ଷୁଣ୍ଣ କଲା ଭଳି କୌଣସି ଜିନିଷ  କରିବା କଥା ନୁହେଁ । ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ,  ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ସବୁ ପୁରାଣରେ  ବର୍ଣ୍ଣିତ ଅଛି ଗୁଣ୍ଡିଚା ଯାତ୍ରା ଅନ୍ୟ ତିଥିରେ ହୋଇପାରିବନି ।  ଏଣୁ ଏହି ପରମ୍ପରା ବଜାୟ ରହିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.