ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ, ଶୃଙ୍ଖଳିତ ପହଣ୍ଡି ଉପରେ ଗୁରୁତ୍ୱ

Published By : Prameya | May 22, 2025 12:23 PM

ପୁରୀ,୨୨/୦୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଖୁବ୍‌ କମ୍‌ ଦିନ ବାକି ।  ଏଥିନିମନ୍ତେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ମିଳିଲା ଛତିଶା ନିଯୋଗର ଅନୁମୋଦନ । ବୁଧବାର  ଶ୍ରୀମନ୍ଦିର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାସନ  ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ  ନୀଳାଦ୍ରି ନିବାସ ସଭାକକ୍ଷରେ ବସିଥିବା  ବୈଠକରେ ଏହି ଅନୁମୋଦନ ମିଳିଛି ।  

ଚଳିତବର୍ଷ ହୋଇଥିବା ବ୍ୟବସ୍ଥାରେ  ପୂର୍ବାପେକ୍ଷା ସାମାନ୍ୟ ପରିବର୍ତ୍ତନ ହୋଇଛି ।  ଶୃଙ୍ଖଳିତ ପହଣ୍ଡି ଉପରେ ବିଶେଷ ଗୁରୁତ୍ୱ  ଦିଆଯାଇଛି । ପହଣ୍ଡି ସମୟରେ ରହିବେ  କେବଳ ନିର୍ଦ୍ଦିଷ୍ଟ ତଥା ଆବଶ୍ୟକୀୟ  ସଂଖ୍ୟକ ସେବାୟତ । ପହଣ୍ଡିର ଉତ୍ତମ  ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ  ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ  ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୁଲିସ  ମଧ୍ୟ ଏଥିରେ ସହଯୋଗ କରିବେ । ବରିଷ୍ଠ  ଅଧିକାରୀ, ଭୋଇ, ତତ୍ତ୍ୱାବଧାରକ ପ୍ରମୁଖ  ଚାରମାଳ ସମୀକ୍ଷା ଓ ନିରୀକ୍ଷଣ ଦାୟିତ୍ୱରେ  ରହିବେ । ଅଘଟଣ ଏଡ଼ାଇବା ନିମନ୍ତେ  ଏପରି ପଦକ୍ଷେପ ନିଆଯାଇଛି ବୋଲି  ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।  ସେହିପରି ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଜଳ  ଲାଗି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

ବୈଠକ ପରେ ମୁଖ୍ୟ ପ୍ରଶାସକ  ଗଣମାଧ୍ୟମକୁ କହିଥିଲେ, ଗତବର୍ଷ ଆଡ଼ପ  ପହଣ୍ଡି ବେଳେ ମହାପ୍ରଭୁ ବଡ଼ଠାକୁର  ପଡ଼ିଯିବା ଘଟଣା ଅଘଟଣ ନୁହେଁ ଏହାକୁ  ଦୁର୍ଘଟଣା କୁହାଯିବ । ଏଭଳି ଦୁର୍ଘଟଣା  ଏଡ଼ାଇବାକୁ ବରିଷ୍ଠ ସେବାୟତମାନେ  ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଏହାକୁ  ଦୃଷ୍ଟିରେ ପ୍ରଶାସନ ମଧ୍ୟ ପଦକ୍ଷେପ ନେବାକୁ  ନିଷ୍ପତ୍ତି ନେଇଛି । ବୈଠକରେ ଜିଲ୍ଲାପାଳ  ତଥା ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପମୁଖ୍ୟ  ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି  ବିନୀତ୍‌ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.