ପ୍ରମୂଖ ଖବର
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ

Published By : Prameya | June 23, 2025 11:55 AM

ପୁରୀ,୨୩/୦୬: ମହାପ୍ରଭୁଙ୍କ ରଥଯାତ୍ରା  ପାଇଁ ବେଶ୍‌ ତତ୍ପର ନିର୍ମାଣକାରୀ । ଶ୍ରୀଗୁଣ୍ଡିଚା ଯାତ୍ରାକୁ ୪ଦିନ ଥାଇ ପ୍ରସ୍ତୁତ ହେଲାଣି ରଥତ୍ରୟ । ରବିବାର ରଥତ୍ରୟରେ କଳସ ଉଠା ସରି  ଅଁଳା ଓ ଓଲଟଶୁଆ ସ୍ଥାପନ ହୋଇଛି । କଳସ ଉଠାଇବା ପରେ ଭୋଇ ସେବକମାନେ ରଥ ଉପରେ ହରିବୋଲ ଡାକ ଦେଇଛନ୍ତି । ରଥ କନକମୁଣ୍ଡି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ସିଂହାସନ ବାହାର ପାଶ୍ୱର୍ରେ ଚିତ୍ରକରମାନେ ଗାଈପଲ୍ଲ ଚିତ୍ର କରୁଛନ୍ତି । ରଥରେ ଲାଗିବା  ପାଇଁ ପ୍ରଭା ପ୍ରସ୍ତୁତ ହେଉଛି । ରଥ ପୃଷ୍ଠରେ ପଟା ବାଡ଼ିଆ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶନିବାର ୨ଟି ଲେଖାଏଁ  ଦୁଆରଘଡ଼ା ରଥରେ ଉଠିଥିଲା । ରବିବାର ଆଉ ଦୁଇଟି  କରି ତିନି ରଥରେ ମୋଟ ୧୨ଟି ଦୁଆରଘଡ଼ା ଉଠାଗଲା। ଏହାପରେ ରଥତ୍ରୟରେ ତିନୋଟି କଳସ ଓ ୬ଟି ଓଲଟ ଶୁଆ ଲାଗିଲା । ଏବେ ନିର୍ମାଣକାରୀଙ୍କ ରଥ କାମ ସରିବା ଉପରେ । ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ ଯୋରଦାର ଚାଲିଛି । ଅଶ୍ୱରେ ରଙ୍ଗ ଆରମ୍ଭ କରୁଛନ୍ତି  ଚିତ୍ରକର । ନବକଳେବର ସମୟରେ ୧୨ଟି ଅଶ୍ୱ ନୂଆକରି ତିଆରି ହୋଇଥାଏ । ପ୍ରତିବର୍ଷ ରଥରେ ମରାମତି ପରେ ଚିତ୍ରକରମାନେ ଅଶ୍ୱରେ ରଙ୍ଗ ଦେଲେ ରଥ ଟଣାରେ ନିୟୋଜିତ ହେବେ। ରୂପକାରମାନେ ପ୍ରଭାରେ ଖୋଦେଇ କାର୍ଯ୍ୟ ଶେଷ କରି ଚିତ୍ରକରଙ୍କୁ ଦେବେ । ସେଥିରେ  ଚିତ୍ରକର ରଙ୍ଗ ଦେବାପରେ ରଥ ସିଂହାସନ ପଛକୁ ଲଗାଯିବ । ପାଶ୍ୱର୍ଦେବଦେବୀ, ସଖୀ,  ଶିଖରଡ଼ମ୍ବରୁ, ହଂସପଟା ଚିତ୍ର ସାରୁଛନ୍ତି ।   

ରଥରେ କଣିଫାଉଡା ଲଗାଯାଇଛି । କଣିଫାଉଡ଼ାରେ ମଣ୍ଡଣି ବାଉଁଶ ଲଗାଯିବ । ଏହାଯୋଗୁ ରଥ ହୃଷ୍ଟପୁଷ୍ଟ ଓ ସୁନ୍ଦର ହେବ । ତିନି  ରଥରେ କନାମଣ୍ଡଣି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ଦର୍ଜି ସେବକମାନେ କନା ସିଲାଇରେ ବ୍ୟସ୍ତ  ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ । ତିନି ରଥରେ ଶିଖରଡମ୍ୱରୁ ଲଗାଯିବାପରେ ୨୭  ପାଶ୍ୱର୍ ଦେବଦେବୀଙ୍କୁ ସ୍ଥାପନ କରାଯିବ । ରଥର ଚାରିପଟେ ଠେକରାବାଡ଼ ଲାଗିବ । ରଥକାମ ଶେଷ  ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ  ଓ ମାଛ ଆଦି ଲାଗିବ । ରଥମାନଙ୍କର କନା ମଣ୍ଡଣିକାମ ସରିବାପରେ ରଥ ରକ୍ଷକଙ୍କୁ ସ୍ଥାପନ  କରାଯିବ । ୨୬ ତାରିଖ ଗୁରୁବାର ନେତ୍ରୋତ୍ସବରେ  ରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରରେ ପହଞ୍ଚିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.