ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ

Published By : Rasmita Pradhan | June 27, 2025 12:36 PM

ପୁରୀ ୨୭/୦୬ : ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ। ଜୟ ଜଗନ୍ନାଥ ଧ୍ଵନିରେ କମ୍ପଲା ଗଗନପବନ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମଣିମା।

ଶ୍ରୀଜିଉମାନଙ୍କ ପହଣ୍ଡି ନୀତି ସରିଛି। ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ବାହାରକୁ ଆସିଛନ୍ତି। ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଛି । ତାଙ୍କ ପଛକୁ ହଳଦୀମୁହିଁ ମା' ସୁଭଦ୍ରାଙ୍କ ପହଣ୍ଡି  କରାଯାଇଛି । ଶେଷରେ କୋଟି ଓଡ଼ିଆଙ୍କ ମଉଡ଼ମଣି ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥ ପଦ୍ମ ପତ୍ରରେ ଜଳବିନ୍ଦୁ ପରି ଢଳି ଢଳି ନନ୍ଦିଘୋଷରେ ଚଢିଛନ୍ତି। ଘଣ୍ଟଘଣ୍ଟା ଶବ୍ଦରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଚକ୍ରରାଜ ଶ୍ରୀସୁଦର୍ଶନ ଓ ମା' ସୁଭଦ୍ରା ଦର୍ପଦଳନ ରଥରେ ବିଜେ ହୋଇଛନ୍ତି। ସେହିପରି ବଳିଆର ଭୁଜ ରୋହିଣୀ ନନ୍ଦନ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥାରୂଢ ହୋଇଛନ୍ତି। ଶେଷରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି।   

ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କୁ ଚିତା ଲାଗି କରାଯିବ । ସାଢେ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ । ସାଢେ ୨ରୁ ସାଢେ ୩  ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ । ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ରଥ ଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.