ଭୁବନେଶ୍ୱର ୧୧/୦୭: ରାଜ୍ୟରେ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ଚଳିତ ମାସରେ ମିଳିବ ଗହମ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ କରାଯିବ । ବର୍ତ୍ତମାନ ଯେତିକି ଗହମ ମହଜୁଦ ଅଛି, ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଯୋଗଣ ଅଧିକାରୀଙ୍କୁ କୁହାଯାଇଛି । ଦୀର୍ଘଦିନ ଧରି ଗହମ ମହଜୁଦ ଥିବାରୁ ଏହାକୁ ନଷ୍ଟ ନ କରି ବଣ୍ଟନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରରୁ ଗହମ ଆସିଲେ, ତାହା ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ହିତାଧିକାରୀଙ୍କୁ ଗହମ ବଣ୍ଟନ ପାଇଁ ଗତବର୍ଷ ବିଭିନ୍ନ ଜିଲ୍ଲାକୁ ଗହମ ପଠାଯାଇଥିଲା । ମାତ୍ର ପରିବହନ ସଂସ୍ଥା ଚୂଡ଼ାନ୍ତରେ ବିଳମ୍ବ ଯୋଗୁ ଏ ଗହମ ବଣ୍ଟାଯାଇନଥିଲା । ଦୀର୍ଘ ମାସ ହେବ ବିଭିନ୍ନ ଜିଲ୍ଲାରେ ଗହମ ଗଚ୍ଛିତ ଥିବାବେଳେ ଏହା ନଷ୍ଟ ହେବା ଆଶଙ୍କା ରହିଛି । ଗହମ ନଷ୍ଟ ହେବା ପୂର୍ବରୁ ଏହାକୁ ବାଣ୍ଟିବାକୁ ବର୍ତ୍ତମାନ ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି ।