କଟକ,୧୪/୮ : ଆଜି ରେଭେନ୍ସା ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ରେଭେନ୍ସା ବିଶ୍ଵ ବିଦ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି କଲେଜ୍ ଛକ, ରାଣୀହାଟ ବୁଲି ପୁଣି ସେଭେନ ପିଲାର ନିକଟରେ ପହଞ୍ଚିଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ, ଅଧ୍ୟାପକ, କର୍ମଚାରୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ସାମିଲ ହୋଇଥିଲେ।
ଦେଶାତ୍ମକ ବୋଧକ ସଙ୍ଗୀତ ସହ ଜୟ ହିନ୍ଦ୍ ଓ ଭାରତ ମାତା କି ଜୟ ଧ୍ଵନୀରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ବିଶେଷ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀମାନେ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିବା ୨୦୦ଫୁଟ ଲମ୍ବର ତ୍ରିରଙ୍ଗା ପତାକା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମକ ବୋଧକ ଚେତନା ସୃଷ୍ଟି କରିବା ଏହି ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲାବେଳେ ନିଜସ୍ଵ ଇଚ୍ଛାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସାମିଲ ହୋଇଥିବା କଥା କହିଛନ୍ତି ରେଭେନ୍ସା ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷ।