କୋକସରା, ୨୨।୦୫: ରବି ଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରୁ କଳାହାଣ୍ଡିରେ ଆରମ୍ଭ ହୋଇଛି ରବି ଧାନ ମଣ୍ଡି । କୋକସରା ବ୍ଲକ ମୋଟେରଠାରେ ଗୁରୁବାର ମଣ୍ଡି ଶୁଭାରମ୍ଭ କରାଯାଇଛି । ଚାରବାହଲ କୃଷି ସମବାୟ ସମିତିର ସଭାପତି ମହେଶ ପଣ୍ଡାଙ୍କ ଉପସ୍ଥିତିରେ ଚାଷି ଦେବେନ୍ଦ୍ର ପାଟ୍ଟଯୋଶୀ, ଫକୀର ପାଟ୍ଟଯୋଶୀ, ବି. ସତିଶ, ପିତାମ୍ବର ଦଳପତି, ବିରବଲ ଦଳପତି, ଚାରୁ ଜାଲ,ଶ୍ରମିକ ନେତା ସୁରେନ୍ଦ୍ର କର ଓ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ । ମଣ୍ଡି ଆରମ୍ଭ ପୂର୍ବରୁ ପୂଜାର୍ଚ୍ଚନା କରି ଚାଷିଙ୍କୁ ମଣ୍ଡିରେ ଧାନ ଆଣିବା ପୂର୍ବରୁ ଏଫକ୍ୟୁ ମାନର ଧାନ ଆଣି ସହଜରେ ଧାନ ବିକ୍ରି କରିବାକୁ ଓ ଆରଏମସି ଓ ପେକ୍ସ କର୍ମଚାରୀଙ୍କ ସହ ଉତ୍ତମ ବୁଝାମଣା ରଖି ଧାନ ବିକ୍ରି କରିବାକୁ ପେକ୍ସ ସଭାପତି ମହେଶ ପଣ୍ଡା କହିଥିଲେ ।
ଚଳିତ ରବି ମଣ୍ଡି ପାଇଁ ୭୯୯ ଜଣ ଚାଷୀ ଅନଲାଇନରେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୬,୬୦୦ କ୍ୱିଣ୍ଟାଲ ଟାର୍ଗେଟ୍ ରହିଥିବା ନେଇ ସୂଚନା ମିଳିଛି । ଏହି ଅବସରରେ ପେକ୍ସ ସମ୍ପାଦକ ମୋହିତ କୁମାର ବେହେରା, ଆରଏମସି କର୍ମଚାରୀ ମାଧବ ଧ. ମାଝୀ, ମୋହନ ନାଏକ, ଡିଓ ବୈଷ୍ଣବ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ ।