ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଫିଲ୍ମ 'ରାମାୟଣ'ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ରବି ଦୁବେ

Published By : Anindita Ratha | December 6, 2024 2:24 PM

ମୁମ୍ବାଇ,୦୬/୧୨:ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ' ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ସାଇ ପଲ୍ଲବୀ ସୀତା, ୟଶ ରାବଣ ଓ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ  ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଆସିବେ ନଜର ବୋଲି ଜଣାପଡିଛି । ଏନେଇ ସ୍ପଷ୍ଟ କରିଛନ୍ତି ରବି ଦୁବେ । 

ତେବେ ଏକ ସାକ୍ଷାତକାରରେ ସେ କହିଛନ୍ତି , ଫିଲ୍ମରେ ନିର୍ମାତାଙ୍କ ପରମିଶନ ସହ ମୁଁ ଅଛି । ମୋତେ ଲାଗୁଛି କି ଏହି ପ୍ରୋଜେକ୍ଟରେ ପବିତ୍ରତା ରହିଛି ।  ମୁଁ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛି। ଏହି  ଭୂମିକା ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ରଣବୀର କପୁରଙ୍କ ସହ କାମ କରିବାକୁ ଉତ୍ସାହିତ ଥିବା ବିଷୟରେ ମଧ୍ୟ କହିଥିଲେ।  ରଣବୀର ମୋର ବଡ ଭାଇ ପରି, ସେ ଦୟାଳୁ ।ବହୁତ ବଡ ଫିଲ୍ମ ସେଟ୍ ରେ ମୋର ପ୍ରଥମ ଅନୁଭୂତି । ରଣବୀର ଭାଇଙ୍କ ଭଳି ମେଗାଷ୍ଟାରଙ୍କ ସହ କାମ କରିବା ଏହା ମୋର ପ୍ରଥମ ଅଭିଜ୍ଞତା ।  ତାଙ୍କର ଦୟା, ସମସ୍ତଙ୍କ ପ୍ରତି ତାଙ୍କର ସହାନୁଭୂତି, ନୀରବତା, ଶାଳିନତା ମୋତେ ବେଶ୍‌  ପ୍ରଭାବିତ କରିଛି । 

ପ୍ରକାଶ ଥାଉକି, ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ନଜର ଆସିବେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ । ଏଥିସହ ଅନ୍ୟାନ୍ୟ ଭୂମିକାଙ୍କ ବିଷୟରେ କହିବାକୁ ଗଲେ, ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଫିଲ୍ମର ଷ୍ଟାରକାଷ୍ଟଙ୍କ ନାଁ ଅଫିସିଆଲି ଘୋଷଣା କରିନାହାନ୍ତି । ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ଆଶା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.