ନୂଆଦିଲ୍ଲୀ ୧୮/୦୧: ବିଜେପି ସାଂସଦ ରବି କିଶନ ଗତ ଶୁକ୍ରବାର ମହାକୁମ୍ଭରେ ପହଞ୍ଚି ପୂଜାର୍ଚ୍ଚନା କରି ସଙ୍ଗମରେ ବୁଡ଼ ପକାଇଛନ୍ତି । ନୌକା  ବିହାର ମଧ୍ୟ କରିଛନ୍ତି । ଅଖିଳେଶ ଯାଦବ ଏଠାକୁ ଆସି ସ୍ନାନ କରିବା ଉଚିତ୍‌, ଯାହା  ଦ୍ୱାରା ସନାତନ ସଂସ୍କୃତି ବିଷୟରେ  ତାଙ୍କର ଜ୍ଞାନ ବଢ଼ିବ ବୋଲି ସେ କହିଛନ୍ତି ।  

ସୂଚନାଯୋଗ୍ୟ, ଗତ ଗୁରୁବାର ସପା ପ୍ରମୁଖ ଅଖିଳେଶ ଯାଦବ ମହାକୁମ୍ଭକୁ ନେଇ ସରକାରଙ୍କୁ  ଟାର୍ଗେଟ୍‌ କରିଥିଲେ । ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନେଇ ସରକାରଙ୍କ ସମସ୍ତ ତଥ୍ୟ ମିଛ ବୋଲି ସେ  କହିଥିଲେ । ମହାକୁମ୍ଭର ପଞ୍ଚମ ଦିନ ୧୯ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ..ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବେ ରାହୁଲ, ପ୍ରିୟଙ୍କା; ପ୍ରୟାଗରାଜରେ କରିବେ ବିଶେ‌ଷ ପୂଜାର୍ଚ୍ଚନା

ମହାକୁମ୍ଭରେ ଆସନ୍ତା ୨୦ ତାରିଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ବୈଠକ ହୋଇପାରେ । କ୍ୟାବିନେଟ୍‌ ବୈଠକ ପରେ ଯୋଗୀ ମହାସଭାର  ଶିବିରରେ ଖେଚୁଡ଼ି ଭୋଗ ହେବ । ଏଥିରେ ସମସ୍ତ ମନ୍ତ୍ରୀ ମଧ୍ୟ  ସାମିଲ ହେବେ । ଯୋଗୀ ଆଦିତ୍ୟନାଥ ସଙ୍ଗମକୁ ଆସିବେ । ଆସନ୍ତା ୨୯ ତାରିଖରେ ପଡୁଥିବା ମୌନୀ  ଅମାବାସ୍ୟା ସ୍ନାନର ପ୍ରସ୍ତୁତି ଦେଖିବେ । ଏହି ଦିନ  ପ୍ରାୟ ୮-୧୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିବେ ବୋଲି  ୟୁପି ସରକାର ଅନୁମାନ କରୁଛନ୍ତି । ଏ ନେଇ  ଯୋଗୀ ସମସ୍ତ ବିଭାଗର ଅଧିକାରୀଙ୍କ ସହ  ସମୀକ୍ଷା ବୈଠକ କରିବେ । ମେଳା କ୍ଷେତ୍ରର ନିରୀକ୍ଷଣ ମଧ୍ୟ କରିପାରନ୍ତି ।