ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ତ୍ରିବେଣୀ ସଙ୍ଗମରେ ରବି କିଶନଙ୍କ ବୁଡ, କହିଲେ ଅଖିଳେଶ ଯାଦବ ଏଠାକୁ ଆସି ସ୍ନାନ କରିବା ଉଚିତ୍‌

Published By : Prameya | January 18, 2025 11:00 AM

ନୂଆଦିଲ୍ଲୀ ୧୮/୦୧: ବିଜେପି ସାଂସଦ ରବି କିଶନ ଗତ ଶୁକ୍ରବାର ମହାକୁମ୍ଭରେ ପହଞ୍ଚି ପୂଜାର୍ଚ୍ଚନା କରି ସଙ୍ଗମରେ ବୁଡ଼ ପକାଇଛନ୍ତି । ନୌକା  ବିହାର ମଧ୍ୟ କରିଛନ୍ତି । ଅଖିଳେଶ ଯାଦବ ଏଠାକୁ ଆସି ସ୍ନାନ କରିବା ଉଚିତ୍‌, ଯାହା  ଦ୍ୱାରା ସନାତନ ସଂସ୍କୃତି ବିଷୟରେ  ତାଙ୍କର ଜ୍ଞାନ ବଢ଼ିବ ବୋଲି ସେ କହିଛନ୍ତି ।  

ସୂଚନାଯୋଗ୍ୟ, ଗତ ଗୁରୁବାର ସପା ପ୍ରମୁଖ ଅଖିଳେଶ ଯାଦବ ମହାକୁମ୍ଭକୁ ନେଇ ସରକାରଙ୍କୁ  ଟାର୍ଗେଟ୍‌ କରିଥିଲେ । ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନେଇ ସରକାରଙ୍କ ସମସ୍ତ ତଥ୍ୟ ମିଛ ବୋଲି ସେ  କହିଥିଲେ । ମହାକୁମ୍ଭର ପଞ୍ଚମ ଦିନ ୧୯ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ..ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବେ ରାହୁଲ, ପ୍ରିୟଙ୍କା; ପ୍ରୟାଗରାଜରେ କରିବେ ବିଶେ‌ଷ ପୂଜାର୍ଚ୍ଚନା

ମହାକୁମ୍ଭରେ ଆସନ୍ତା ୨୦ ତାରିଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ବୈଠକ ହୋଇପାରେ । କ୍ୟାବିନେଟ୍‌ ବୈଠକ ପରେ ଯୋଗୀ ମହାସଭାର  ଶିବିରରେ ଖେଚୁଡ଼ି ଭୋଗ ହେବ । ଏଥିରେ ସମସ୍ତ ମନ୍ତ୍ରୀ ମଧ୍ୟ  ସାମିଲ ହେବେ । ଯୋଗୀ ଆଦିତ୍ୟନାଥ ସଙ୍ଗମକୁ ଆସିବେ । ଆସନ୍ତା ୨୯ ତାରିଖରେ ପଡୁଥିବା ମୌନୀ  ଅମାବାସ୍ୟା ସ୍ନାନର ପ୍ରସ୍ତୁତି ଦେଖିବେ । ଏହି ଦିନ  ପ୍ରାୟ ୮-୧୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିବେ ବୋଲି  ୟୁପି ସରକାର ଅନୁମାନ କରୁଛନ୍ତି । ଏ ନେଇ  ଯୋଗୀ ସମସ୍ତ ବିଭାଗର ଅଧିକାରୀଙ୍କ ସହ  ସମୀକ୍ଷା ବୈଠକ କରିବେ । ମେଳା କ୍ଷେତ୍ରର ନିରୀକ୍ଷଣ ମଧ୍ୟ କରିପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.