ନୂଆଦିଲ୍ଲୀ,୨୭/୦୮: ଟେଷ୍ଟ ପରେ ଆଇପିଏଲ କ୍ରିକେଟରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ଅବସର ଘୋଷଣା କରିଛନ୍ତି । ଏକ ପୋଷ୍ଟ କରି ଆଇପିଏଲ୍ କ୍ରିକେଟର ଭାବେ ମୋର ସମୟ ଶେଷ ହେଉଛି ବୋଲି କହି ସନ୍ନ୍ୟାସ ନେଇ ସୂଚନା ଦେଇଛନ୍ତି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍‌ରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ଅଶ୍ୱିନୀ । ଆଇପିଏଲରେ ବର୍ତ୍ତମାନ ଅଶ୍ୱିନୀ ଚେନ୍ନାଇ ସୁପରକିଙ୍ଗସ ଦଳରେ ଖେଳୁଥିଲେ । ଆଇପିଏଲରେ ଅଶ୍ୱିନୀ ୨୨୧ ମ୍ୟାଚ୍ ଖେଳି ୧୮୭ ୱିକେଟ ନେଇଛନ୍ତି । ଗତବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ଅଶ୍ୱିନ । ୨ ଦିନ ତଳେ ଭେଟେରାନ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । 

'ସବୁ ଶେଷର ଏକ ନୂଆ  ଆରମ୍ଭ...'- ମହାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇପିଏଲରୁ ଅବସର ଘୋଷଣା କରି କହିଛନ୍ତି, '' ଆଜି ଏକ ସ୍ୱତନ୍ତ୍ର ଦିନ । ତେଣୁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି । ସବୁ ଶେଷର ନୂଆ ଆରମ୍ଭ ହୋଇଥାଏ । ଜଣେ ଆଇପିଏଲ କ୍ରିକେଟର ଭାବେ ଆଜି ମୋର କ୍ୟାରିୟର ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍‌ରେ ଖେଳ ଜାରି ରହିବ । ଏ ପର୍ଯ୍ୟନ୍ତ ବିସିସିଆଇ ଓ ଆଇପିଏଲ ମୋତେ ଯାହା ଦେଇଛନ୍ତି ସେ ନେଇ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।  ଏତେ ବର୍ଷ ଧରି ସୁନ୍ଦର ସମ୍ପର୍କ ପାଇଁ ସବୁ ଫ୍ରାଞ୍ଚାଇଜକୁ ଧନ୍ୟବାଦ ।''

ଅଧିକ ପଢନ୍ତୁ...'ସବୁ ଭଲ ଜିନିଷର ଅନ୍ତ ଅଛି'...କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା, ଲେଖିଲେ ଭାବବିହ୍ୱଳ ପୋଷ୍ଟ

ଏବେ ଅଶ୍ୱିନୀ କେବଳ ଭାରତରେ ପ୍ରୋଫେସନାଲ କ୍ରିକେଟ ଖେଳିବେ । ଅନ୍ତର୍ଜାତୀୟ କ୍ରିକେଟରୁ ଗତବର୍ଷ ଡିସେମ୍ବରରେ ଅବସର ଘୋଷଣା କରିଥିଲେ ଅଶ୍ୱିନୀ । ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ । ଆଇପିଏଲରେ ଅଶ୍ୱିନ ମୋଟ ୫ଟି ଟିମ୍‌ରେ ଖେଳିଛନ୍ତି । ୨୦୦୯ରେ ଚେନ୍ନାଇ ସୁପରକିଙ୍ଗସ ଦଳରେ ସାମିଲ ହୋଇଥିଲେ । ଏହାବାଦ ରାଇଜିଂ ପୁଣେ ସୁରଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅଶ୍ୱିନୀ ମୋଟ୍ ୨୨୧ ମ୍ୟାଚ ଖେଳି ୧୮୭ ୱିକେଟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ବିଷୟରେ କହିବାକୁ ଗଲେ, ସେ ୧୦୬ ଟେଷ୍ଟ, ୧୧୬ ଦିନିକିଆ ଏବଂ ୬୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ଯଥାକ୍ରମେ ୫୩୭, ୧୫୬ ଏବଂ ୭୨ ୱିକେଟ୍ ଅଛି ।