ନୂଆଦିଲ୍ଲୀ,୨୭/୦୮: ଟେଷ୍ଟ ପରେ ଆଇପିଏଲ କ୍ରିକେଟରୁ ରବିଚନ୍ଦ୍ରନ୍ ଅଶ୍ୱିନୀ ଅବସର ଘୋଷଣା କରିଛନ୍ତି । ଏକ ପୋଷ୍ଟ କରି ଆଇପିଏଲ୍ କ୍ରିକେଟର ଭାବେ ମୋର ସମୟ ଶେଷ ହେଉଛି ବୋଲି କହି ସନ୍ନ୍ୟାସ ନେଇ ସୂଚନା ଦେଇଛନ୍ତି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍ରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ଅଶ୍ୱିନୀ । ଆଇପିଏଲରେ ବର୍ତ୍ତମାନ ଅଶ୍ୱିନୀ ଚେନ୍ନାଇ ସୁପରକିଙ୍ଗସ ଦଳରେ ଖେଳୁଥିଲେ । ଆଇପିଏଲରେ ଅଶ୍ୱିନୀ ୨୨୧ ମ୍ୟାଚ ଖେଳି ୧୮୭ ୱିକେଟ ନେଇଛନ୍ତି । ଗତବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ଅଶ୍ୱିନୀ । ୨ ଦିନ ତଳେ ଭେଟେରାନ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।
'ସବୁ ଶେଷର ଏକ ନୂଆ ଆରମ୍ଭ...'- ମହାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଆଇପିଏଲରୁ ଅବସକର ଘୋଷଣା କରି କହିଛନ୍ତି, '' ଆଜି ଏକ ସ୍ୱତନ୍ତ୍ର ଦିନ । ତେଣୁ ଏକ ନୂଆ ଆରମ୍ଭ ହେବାକୁ ଯାଉଛି । ସବୁ ଶେଷର ନୂଆ ଆରମ୍ଭ ହୋଇଥାଏ । ଜଣେ ଆଇପିଏଲ କ୍ରିକେଟର ଭାବେ ଆଜି ମୋର କ୍ୟାରିୟର ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍ରେ ଖେଳ ଜାରି ରହିବ । ଏ ପର୍ଯ୍ୟନ୍ତ ବିସିସିଆଇ ଓ ଆଇପିଏଲ ମୋତେ ଯାହା ଦେଇଛନ୍ତି ସେ ନେଇ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଏତେ ବର୍ଷ ଧରି ସୁନ୍ଦର ସମ୍ପର୍କ ପାଇଁ ସବୁ ଫ୍ରାଞ୍ଚାଇଜକୁ ଧନ୍ୟବାଦ ।''
Special day and hence a special beginning.
— Ashwin 🇮🇳 (@ashwinravi99) August 27, 2025
They say every ending will have a new start, my time as an IPL cricketer comes to a close today, but my time as an explorer of the game around various leagues begins today🤓.
Would like to thank all the franchisees for all the…
ଏବେ ଅଶ୍ୱିନୀ କେବଳ ଭାରତରେ ପ୍ରୋଫେସନାଲ କ୍ରିକେଟ ଖେଳିବେ । ଅନ୍ତର୍ଜାତୀୟ କ୍ରିକେଟରୁ ଗତବର୍ଷ ଡିସେମ୍ବରରେ ଅବସର ଘୋଷଣା କରିଥିଲେ ଅଶ୍ୱିନୀ । ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ । ଆଇପିଏଲରେ ଅଶ୍ୱିନୀ ମୋଟ ୫ଟି ଟିମ୍ରେ ଖେଳିଛନ୍ତି । ୨୦୦୯ରେ ଚେନ୍ନାଇ ସୁପରକିଙ୍ଗସ ଦଳରେ ସାମିଲ ହୋଇଥିଲେ । ଏହାବାଦ ରାଇଜିଂ ପୁଣେ ସୁରଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଅଶ୍ୱିନୀ ମୋଟ୍ ୨୨୧ ମ୍ୟାଚ ଖେଳି ୧୮୭ ୱିକେଟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ବିଷୟରେ କହିବାକୁ ଗଲେ, ସେ ୧୦୬ ଟେଷ୍ଟ, ୧୧୬ ଦିନିକିଆ ଏବଂ ୬୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ଯଥାକ୍ରମେ ୫୩୭, ୧୫୬ ଏବଂ ୭୨ ୱିକେଟ୍ ଅଛି ।