ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୨୩୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ, ୫ ଓ୍ବିକେଟ ନେଇ ବଡ଼ ରେକର୍ଡ କଲେ ଜାଡେଜା

Published By : Tapas Panda | November 1, 2024 4:20 PM

Image Courtesy: abplive

ମୁମ୍ବାଇ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଆଜି ଖେଳାଯାଉଛି । ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍ ମୁମ୍ବାଇରେ ଖେଳାଯାଉଛି । ଗତ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାସ୍ତ ହୋଇଥିବା ବେଳେ ତୃତୀୟ ତଥା ଶେଷ ମ୍ୟାଚ୍‌ରେ କମବ୍ୟାକ୍‌ କରିଛି । ତୃତୀୟ ମ୍ୟାଚ୍‌ର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ରେ ଅଲଆଉଟ୍‌ କରିଛି ଭାରତୀୟ ଦଳ । ସବୁଠୁ ଅଧିକ ଓ୍ବିକେଟ ନେଇଛନ୍ତି ରବୀନ୍ଦ୍ର ଜାଡେଜା । ସେ ୨୨ ଓଭରରେ ୬୫ ରନ୍‌ ଦେଇ ୫ ଓ୍ବିକେଟ ନେଇଛନ୍ତି । ଏହା ସହ ରବୀନ୍ଦ୍ର ଜାଡେଜା ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । 

ଜାଡେଜାଙ୍କ କମାଲ

ଭାରତୀୟ ଟିମ୍‌ ଲାଗି ଦୀର୍ଘ ବର୍ଷ ହେଲା ଟେଷ୍ଟ କ୍ରିକେଟ ଖେଳିଆସୁଛନ୍ତି ଜାଡେଜା । ତାଙ୍କର ଦମଦାର ବୋଲିଂ ପାଇଁ ଦଳ ଅନେକ ଥର ମ୍ୟାଚ୍‌ ଜିତିପାରିଛି । ଆଜି ୫ ଓ୍ବିକେଟ ନେଇଥିବା ଜାଡେଜା ଟେଷ୍ଟ କ୍ରିକେଟର ଖାସ ବୋଲର ତାଲିକାରେ ସାମିଲ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଓ୍ବିକେଟ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ରବୀନ୍ଦ୍ର ଜାଡେଜା । ସେ ମୋଟ ୩୧୪ଟି ଓ୍ବିକେଟ ନେଇଛନ୍ତି । ମୁମ୍ବାଇ ଟେଷ୍ଟ ପୂର୍ବରୁ ସେ ସପ୍ତମ ସ୍ଥାନରେ ଥିଲେ । ଆଜି ୫ଟି ଓ୍ବିକେଟ ନେବା ସହ ଜାଡେଜା ଇଶାନ୍ତ ଶର୍ମା ଏବଂ ଜାହିର ଖାନଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । ଇଶାନ୍ତ ଶର୍ମା ଏବଂ ଜାହିର ଖାନ ଟେଷ୍ଟ କ୍ରିକେଟରେ ୩୧୧ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ଟେଷ୍ଟରେ ସବୁଠୁ ଅଧିକ ଓ୍ବିକେଟ ଟେକର

୧. ଅନୀଲ କୁମ୍ବଲେ- ୬୧୯ ଓ୍ବିକେଟ

୨. ଆର ଅଶ୍ବିନ-୫୩୩ ଓ୍ବିକେଟ

୩. କପିଳ ଦେବ- ୪୩୪ ଓ୍ବିକେଟ

୪. ହରଭଜନ ସିଂହ-୪୧୭ ଓ୍ବିକେଟ

୫. ରବୀନ୍ଦ୍ର ଜାଡେଜା- ୩୧୪ ଓ୍ବିକେଟ

ଜାଡେଜାଙ୍କ ଟେଷ୍ଟ କ୍ୟାରିୟର

ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ କ୍ୟାରିୟର ଉପରେ ନଜର ପକାଇଲେ, ଜଣେ ଅଲରାଉଣ୍ଡର ଭାବରେ ସେ ବହୁତ କମାଲ ପ୍ରଦର୍ଶନ କରିଛନ୍ତି । ୭୬ଟି ମ୍ୟାଚ୍‌ର ୧୪୪ ପାଳିରେ ୨୩.୯୬ ଆଭରେଜ୍‌ରେ ୩୧୪ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ୭୬ ମ୍ୟାଚ୍‌ର ୧୧୧ ପାଳିରେ ବ୍ୟାଟିଂ କରି ଜାଡେଜା ୩୫.୭୨ ଆଭରେଜ୍‌ରେ ୩୨୧୫ ରନ୍‌ କରିଛନ୍ତି । ଏହି ସମୟରେ ତାଙ୍କର ସବୁଠୁ ଭଲ ସ୍କୋର ଥିଲା ୧୭୫ ରନ୍‌ । ତେବେ ଟେଷ୍ଟ କ୍ରିକେଟରେ ରବୀନ୍ଦ୍ର ଜାଡେଜା ଭାରତୀୟ ଦଳ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.