ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିରଳ କ୍ଲବରେ ସାର୍ ଜାଡେଜା; ୬୦୦ ୱିକେଟ୍ ହାସଲ କଲେ

Published By : Ankita S | February 7, 2025 9:03 AM

ପୁନେ,୦୭/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଏଥିରେ ଇଂଲଣ୍ଡ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ହାସଲ କରିଥିଲେ । ଏହି  ସଫଳତା ସହ ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି । ୬୦୦ ଅନ୍ତର୍ଜାତୀୟ ୱିକେଟ ହାସଲ କରିବାର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଆଦିଲ ରସିଦଙ୍କୁ ନିଜ ତୃତୀୟ ୱିକେଟ ଭାବେ ଆଉଟ୍ କରିବାବେଳେ ଏହି ସଫଳତା ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ।  

ରବୀନ୍ଦ୍ର ଜାଡେଜା ସବୁ ଫର୍ମାଟରେ ୬୦୦ ୱିକେଟ୍ ହାସଲ କରିଥିବା ଖେଳାଳି ହୋଇଛନ୍ତି । ଟେଷ୍ଟରେ ୩୨୩, ଦିନିକିଆରେ ୨୨୪ଟି ୱିକେଟ ନେଇଥିବା ବେଳେ ଟି-ଟ୍ବେଣ୍ଟିରେ ୫୩ଟି ୱିକେଟ ହାସଲ କରିଛନ୍ତି । ଏହି ସଫଳତା ସହ ସାର୍ ଜାଡେଜା ସବୁ ଫର୍ମାଟରେ ୬୦୦ୱିକେଟ୍ କ୍ଲବରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ବାମହାତୀ ସ୍ପିନର ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜାଡେଜା ୨୬ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୯୮ଟି ଦିନିକିଆ ମ୍ୟାଚ ଖେଳି ୨୨୪ଟି ୱିକେଟ ହାସଲ କରିଥିବା ବେଳେ ୮୦ଟି ଟେଷ୍ଟ ମ୍ୟାଚ ଖେଳି ୩୨୩ ଓ ୭୪ଟି ଟି-ଟ୍ବେଣ୍ଟି ଖେଳି ୫୪ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି ଭେଟେରାନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।

ଏହା ବି ପଢନ୍ତୁ...ଶୁଭମନଙ୍କ ନାଁରେ ନୂଆ ରେକର୍ଡ; ବିରାଟ କୋହଲିଙ୍କୁ ପକାଇଲେ ପଛରେ

ଅନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ୍ ପୂର୍ଣ୍ଣ କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ଜାଡେଜା। ଆଗକୁ ମଧ୍ୟ ଜାରି ରହିବ । ତାଙ୍କ ପୂର୍ବରୁ ଏହି କ୍ଲବରେ ଅନିଲ କୁମ୍ବଲେ (୯୫୩), ରବିଚନ୍ଦ୍ରନ ଅଶ୍ବିନୀ (୭୬୫), ହରଭଜନ ସିଂହ (୭୦୭) ଓ କପଳ ଦେବ (୬୮୭), ଜାହିର ଖାନ୍ (୬୧୦)  ସାମିଲ ଥିଲେ । ଦିନିକିଆରେ ୨୦୦ରୁ ଅଧିକ ୱିକେଟ ହାସଲ କରିବାରେ ସେ ସପ୍ତମ ଭାରତୀୟ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.