ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

IND vs NZ: ଦୀର୍ଘ ୧୨ ବର୍ଷ ପରେ ଫାଇନାଲ୍‌ ମ୍ୟାଚ୍‌ରେ ଜାଡେଜାଙ୍କୁ ମିଳିଲା ଓ୍ବିକେଟ୍‌

Published By : Tapas Panda | March 9, 2025 6:53 PM

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ କମାଲ୍‌ କରିଛନ୍ତି ଭାରତୀୟ ବୋଲର । ଆଜିର ମ୍ୟାଚ୍‌ରେ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ବୋଲିଂ ଖେଳପ୍ରେମୀଙ୍କୁ ଖୁସି କରିଦେଇଛି । ଏହି ଦୁଇଜଣଙ୍କ ବ୍ୟତୀତ ଦଳର ସବୁଠାରୁ ବରିଷ୍ଠ ସ୍ପିନର ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କର ଯାଦୁ ଦେଖାଇ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି । ପ୍ରାୟ ୧୨ ବର୍ଷ ପରେ ରବିନ୍ଦ୍ର ଜାଡେଜା ICC ଫାଇନାଲରେ ଏକ ୱିକେଟ୍ ନେଇଛନ୍ତି ।

୧୨ ବର୍ଷ ପରେ ଜାଡେଜା ପାଇଲେ ୱିକେଟ୍

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭୫ ରନରେ ୩ ୱିକେଟ ହରାଇଥିଲା। ଏପରି ସମୟରେ, ଟମ୍ ଲାଥମ୍ ଏବଂ ଡାରିଲ୍ ମିଚେଲ୍ ଭଲ ପାର୍ଟନରସିପ୍‌ କରିଥିଲେ । ସେ ଦଳକୁ ୧୦୦ ରନ ଅତିକ୍ରମ କରାଇଥିଲେ। ଏପରି ସମୟରେ ଭାରତକୁ ୱିକେଟ୍ ଆବଶ୍ୟକ ଥିଲା ଏବଂ ଏହି କାମ ବାମହାତି ସ୍ପିନର ଜାଡେଜା କରିଥିଲେ । ଇନିଂସର ୨୪ତମ ଓଭରରେ ଜାଡେଜା ଅଭିଜ୍ଞ ବ୍ୟାଟର ଲାଥମଙ୍କୁ ଏଲବିଡବ୍ଲ୍ୟୁ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ ।

 ଏହା ନ୍ୟୁଜିଲାଣ୍ଡ ଇନିଂସର ଚତୁର୍ଥ ୱିକେଟ୍ ଥିଲା । କିନ୍ତୁ ଜାଡେଜା ଦୀର୍ଘ ୧୨ ବର୍ଷ ପରେ ଫାଇନାଲ୍‌ରେ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।  ଗତ ୧୩-୧୪ ବର୍ଷ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଜାଡେଜା ଗତ ୧୨ ବର୍ଷ ମଧ୍ୟରେ କୌଣସି ଆଇସିସି ଇଭେଣ୍ଟର ଫାଇନାଲରେ କୌଣସି ୱିକେଟ୍ ନେଇନଥିଲେ । ଜାଡେଜା ୨୦୨୪ ଟି-୨୦ ବିଶ୍ୱକପ୍, ୨୦୨୩ ଦିନିକିଆ ବିଶ୍ୱକପ୍, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଏବଂ ଏହା ପୂର୍ବରୁ ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲରେ କୌଣସି ୱିକେଟ୍ ନେଇପାରି ନଥିଲେ । ଘଟଣାକ୍ରମେ, ତାଙ୍କର ଶେଷ ୱିକେଟ୍ ୨୦୧୩ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଆସିଥିଲା, ଏହି ମ୍ୟାଚ୍‌ ଟିମ୍ ଇଣ୍ଡିଆ ଜିତିଥିଲା ଏବଂ ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

୮ ଦିନ ମଧ୍ୟରେ ଦ୍ୱିତୀୟ ଥର ଶିକାର

କେବଳ ସେତିକି ନୁହେଁ, ଜାଡେଜା ୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟମ୍ ଲାଥମଙ୍କୁ ଆଉଟ୍ କରିଛନ୍ତି । ପୂର୍ବରୁ ମାର୍ଚ୍ଚ ୨ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍ ମ୍ୟାଚ୍‌ରେ ଜାଡେଜା ଲାଥମଙ୍କୁ ଆଉଟ୍‌ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଏହା ଜାଡେଜାଙ୍କ ପଞ୍ଚମ ୱିକେଟ ଥିଲା । ଜାଡେଜାଙ୍କ ବ୍ୟତୀତ, ଯଦି ଆମେ ଅନ୍ୟ ବୋଲରମାନଙ୍କ ବିଷୟରେ କଥା ହେବା, ତେବେ ଏହି ଫାଇନାଲ ପାଇଁ ସମସ୍ତଙ୍କ ନଜର ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଥିଲା । ସେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରେ ୫ଟି ୱିକେଟ୍ ନେଇଥିଲେ ଏବଂ ସେମିଫାଇନାଲରେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ । ଫାଇନାଲ୍‌ରେ ଟିମ୍ ଇଣ୍ଡିଆକୁ ପ୍ରଥମ ସଫଳତା ମଧ୍ୟ ଦେଇଥିଲେ ବରୁଣ । ସେପଟେ ଲଗାତାର ସମାଲୋଚନାର ସମ୍ମୁଖୀନ ହେଉଥିବା କୁଲଦୀପ ଯାଦବ ମଧ୍ୟ ଦୁଇଟି ବଡ଼ ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ଚକମା ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.