ନୂଆଦିଲ୍ଲୀ,୯।୧୦: ଭାରତୀୟ ବାୟୁସେନା (ଆଇଏଏଫ୍) ନିଜର ୯୩ ତମ ଜନ୍ମ ଦିବସ ପାଳନ କରିଛି। ୮ ଅକ୍ଟୋବର ଅର୍ଥାତ ଗତକାଲି ଧୁମଧାମରେ ପାଳନ କରାଯାଇଛି।କିନ୍ତୁ ସୋସିଆଲ ମିଡିଆରେ ବାୟୁସେନା ଦିବସର ଡିନର ପାର୍ଟିର ମେନ୍ୟୁ ଚର୍ଚ୍ଚାରେ ରହିଛି। ଏହାର କାରଣ ଖାଦ୍ୟର ସ୍ବାଦ ନୁହେଁ, ବଂର ଏଥିରେ ଥିବା ମେନ୍ୟୁର ନାଁ ରହିଛି । ମେନ୍ୟୁରେ ପାକିସ୍ତାନୀ ଆତଙ୍କୀ ଆଡ୍ଡାର ନାଁ ରହିଛି, ଯାହାକୁ ବାୟୁସେନା ଧ୍ବଂସ କରିସାରିଛି। ସେ ଅନୁସାରେ ଡିଶ୍ର ସବୁ ନାମକରଣ କରାଯାଇଛି।
ଭାଇରାଲ ଫଟୋରେ ଦେଖା ଯାଉଥିବା ବ୍ୟଞ୍ଜନର ନାଁ ସବୁଠୁ ଅଲଗା ରହିଛି। ରାଓ୍ବଲପିଣ୍ଡି ଚିକେନ ଟିକ୍କା ମସାଲା, ରଫିକି ରାର ମଟନ, ଭୋଲର ପନିର ମେଥି ମଲାଇ, ସୁକ୍କୁର ଶାମ ସବେରା କୋଫତା, ସରଗୋଧା ଦାଲ ମଖନି, ଜକୋବାବାଦ୍ ମେଭା ପୁଲାଓ ଏବଂ ବାହାବଲପୁର ନାନ୍ ରହିଛି। ମିଠା ଭିତରେ ବାଲାକୋଟ ତିରାମିସୁ,ମୁଜାଫରବାଦ କୁଲଫି ଫାଲୁଦା ଓ ମୁରିଦକେ ମିଠା ପାନ ରହିଛି।
ଉଲ୍ଲେଖନୀୟ ଯେ, ଏହି ସବୁ ନାଁର ସମ୍ପର୍କ ଭାରତ ଦ୍ବାରା ଆତଙ୍କବାଦ ବିରୋଧିରେ କରାଯାଇଥିବା ସଠିକ୍ ସାମରିକ କାର୍ଯ୍ୟାନୁଷ୍ଠାନ। ଯାହା ଭିତରେ ସବୁଠାରୁ ପ୍ରମୁଖ ୨୦୧୯ ର ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଓ ୨୦୨୫ ର ‘ଅପରେସନ୍ ସିନ୍ଦୂର’ ରହିଛି। ଚଳିତ ବର୍ଷ ୭ ମଇରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’ ରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ ବଡ଼ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏଥିରେ ମୁରିଦକେ ଓ ବାହାବଲପୁର ଭଳି ଅଞ୍ଚଳ ଥିଲା। ଦୁଇଟିକୁ ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ ଭାବରେ ଜଣାଯାଏ।