ରାୟଗଡ଼ା,୧୧/୦୬: ତୁରନ୍ତ ଫ୍ଲାଏଓଭର ମରାମତି ନହେଲେ ଆନ୍ଦୋଳନ ହେବ କହିଲେ ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା। ଆଜି ରାୟଗଡ଼ା ଜିଲ୍ଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଫ୍ଲାଏଓଭର ଦୂରାବସ୍ଥା ସମ୍ପର୍କରେ ପଚାରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ । ଏହାସହ ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ସୌମାର୍ଜିନୀ ସେଠିଙ୍କ ସହିତ ରାସ୍ତା ଉପରେ ଆଲୋଚନା କରି ବିଧାୟକ ଆପଲାସ୍ବାମୀ କାଡ୍ରାକା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେବେ ବିଧାୟକ ଆପଲାସ୍ବାମୀ କାଡ୍ରାକା ଫ୍ଲାଏଓଭର ଭୁଷୁଡିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। କାରଣ ୨୦୦ ମିଟର ଫ୍ଲାଏଓଭର ଠାରେ ୨୦ ହଜାର ଗର୍ତ୍ତ ସୃଷ୍ଟି ହୋଇଛି। ଫ୍ଲାଏଓଭର ଚତୁଃପାର୍ଶ୍ଵରେ ବିରାଟକାୟ ଗଛ ବାହାରି ବିପଦ ବଢ଼ାଉଛି। ଗତ ପାଞ୍ଚ ବର୍ଷ ହେବ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ବାରମ୍ବାର ସଚେତନ ଓ ଅଭିଯୋଗ କରିବା ପରେ ମଧ୍ୟ ମରାମତି କାର୍ଯ୍ୟ ହୋଇନାହିଁ। ଦିନ ପରେ ଦିନ ଗଡି ଚାଲିଛି ବୋଲି କହିଛନ୍ତି ବିଧାୟକ। ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଫ୍ଲାଏଓଭର ତହସିଲ ଛକରୁ କପିଳାସ ଛକ ପର୍ଯ୍ୟନ୍ତ ଚାଲି ଚାଲି ସ୍ଥିତି ଦେଖାଇଥିଲେ ବିଧାୟକ ଆପଲାସ୍ବାମୀ। ଏହାପରେ ଅଧିକ୍ଷଣ ଯନ୍ତ୍ରୀ ଏକ ମାସ ମଧ୍ୟରେ ମରାମତି ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିବା ଦେଇଛନ୍ତି। ଏହାର ଟେଣ୍ଡର ମଧ୍ୟ ସରିଥିବା ସୂଚନା ଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।