ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

Published By : Prameya | January 6, 2025 8:50 AM

ରାୟଗଡ଼ା,୦୬/୦୧: ଦୀର୍ଘ ୬ ବର୍ଷର ପ୍ରତିକ୍ଷାରେ ଯବନିକା ପଡ଼ିବାକୁ ଯାଉଛି । ସୋମବାର ପୂର୍ବାହ୍ଣ  ୧୧ଟାରେ ରାୟଗଡ଼ା ରେଳ ଡିଭିଜନ୍‌ ନିର୍ମାଣ  ପାଇଁ ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ  ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସରେ  ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏଥିଲାଗି ସ୍ଥାନୀୟ ରେଲୱେ ପଡ଼ିଆରେ ଏକ  ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭାଗୀୟ  ଅଧିକାରୀ ଏହାର ତଦାରଖ କରିଛନ୍ତି ।  

ରାୟଗଡ଼ାଠାରେ ଆୟୋଜିତ ହେବାକୁ ଥିବା  କାର୍ଯ୍ୟକ୍ରମରେ ସିଧାସଳଖ ଯୋଗଦେବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ତାଙ୍କସହ ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ, ରେଳ ରାଷ୍ଟ୍ରମନ୍ତ୍ରୀ ତଥା ଖାଦ୍ୟ  ପ୍ରକ୍ରିୟାକରଣ ମନ୍ତ୍ରୀ ରଭନୀତ ସିଂ ବିଟ୍ଟୁ, କୋରାପୁଟ  ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ନବରଙ୍ଗପୁର  ସାଂସଦ ବଳଭଦ୍ର ମାଝୀ, ରାୟଗଡ଼ା ବିଧାୟକ  ଆପଲାସ୍ୱାମୀ କାଡ୍ରାକା ପ୍ରମୁଖ ଯେଗେଦେବେ । ରାଜ୍ୟପାଳ ଡ. କମ୍ଭମପତି ହରି ବାବୁ ଯୋଗଦେବେ  କି ନାହିଁ ସ୍ପଷ୍ଟ ହୋଇନି । 

ରାୟଗଡ଼ାଠାରେ ପୂର୍ବତଟ  ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲ  ସମସ୍ତ ଆୟୋଜନର ତଦାରଖ କରିଛନ୍ତି । ଜିଲ୍ଲାପାଳ  ପାରୁଲ ପଟାୱରୀ ଓ ଏସ୍‌ପି ସ୍ୱାତୀ ଏସ୍‌.କୁମାର  ରେଲୱେ ପଡ଼ିଆରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ସୁରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ମୁତୟନ ଅଛନ୍ତି । ସୁରୁଖୁରୁରେ କାର୍ଯ୍ୟକ୍ରମ ସମ୍ପାଦନ  ପାଇଁ ଯୋଜନା କରାଯାଇଛି । ଆସନ୍ତା  ୩ ବର୍ଷରେ ରେଳ ଡିଭିଜନ୍‌ କାର୍ଯ୍ୟକ୍ଷମ  ନେଇ ଆଶା ଥିବା ପୂର୍ବତଟ ରେଳବାଇ  ମହାପ୍ରବନ୍ଧକ ଶ୍ରୀ ଫୁଙ୍କବାଲ କହିଛନ୍ତି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.