ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଇଏମ୍‌ଏଫ୍‌ରୁ ଋଣ ମାଗୁଛି ପାକିସ୍ତାନ; ଏପଟେ ଭାରତ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଟଙ୍କା ଡିଭିଡେଣ୍ଡ ଦେଲା ଆରବିଆଇ

Published By : Soubhagya Ranjan | May 23, 2025 7:44 PM

Image source: Aaj Tak

ନୂଆଦିଲ୍ଲୀ,୨୩/୦୫: ନିକଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି। ଭାରତର 'ଅପରେସନ୍ ସିନ୍ଦୂର' ସମଗ୍ର ବିଶ୍ୱକୁ ଭାରତର ସାମରିକ ଏବଂ ଆର୍ଥିକ ଶକ୍ତିର ଉଦାହରଣ ଦେଖାଇଥିଲା। ଅନ୍ୟପଟେ ଏହି ସମୟରେ ପାକିସ୍ତାନ ନିଜ ଘରେ ଚୁଳି ଜାଳିବାକୁ ସାରା ବିଶ୍ୱପାଖରେ ଭିକ୍ଷା ମାଗିବା ଭଳି ପଦକ୍ଷେପ ନେଇଥିଲା। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ଅନେକ ସର୍ତ୍ତ ସହିତ ୮୫୦୦ କୋଟି ଟଙ୍କା (ପ୍ରାୟ ୧ ବିଲିୟନ ଡଲାର)ର ଏକ ଋଣ ଦେଇଥିଲା। ଏହାରି ଭିତରେ, ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ସରକାରଙ୍କୁ ଡିଭିଡେଣ୍ଡ ବା ଲାଭାଂଶ ଭାବରେ ୨.୬୯ ଲକ୍ଷ କୋଟି ଟଙ୍କା ଦେଇଛି। ପୂର୍ବରୁ ୨୦୨୩-୨୪ ଆର୍ଥିକ ବର୍ଷରେ, ଆରବିଆଇ ସରକାରଙ୍କୁ ୨.୧ ଲକ୍ଷ କୋଟି ଟଙ୍କାର ସର୍‌ପ୍ଳସ ଅର୍ଥାତ୍‌ ଲାଭାଂଶ ଦେଇଥିଲା। ଏବେ ୨୦୨୪-୨୫ ପାଇଁ ଏହି ପରିମାଣକୁ ୨.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଚଳିତ ଆର୍ଥିକ ବର୍ଷ ପାଇଁ, ଆରବିଆଇ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେଇଛି।

ପ୍ରତ୍ୟେକ ଥର ବଢ଼ୁଛି ଆୟ: 

ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ କିଛି ବର୍ଷ ଧରି ଭାରତ ସରକାରଙ୍କୁ ବଳକା ଅର୍ଥ ବା ଲାଭାଂଶ ଦେଇଆସୁଛି। ଏହି ପରିମାଣ ପ୍ରତ୍ୟେକ ଥର ବୃଦ୍ଧି ପାଇଥାଏ। ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୮୭,୪୧୬ କୋଟି ଟଙ୍କା ଦେଇଥିଲା। ଏହିପରି, ୨୦୨୩-୨୪ ଆର୍ଥିକ ବର୍ଷରେ, ଭାରତ ସରକାର ୨୦୨୨-୨୩ ତୁଳନାରେ ତିନି ଗୁଣ ଅଧିକ ଲାଭାଂଶ ପାଇବାକୁ ଯାଉଛନ୍ତି।

ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ: 

ଶୁକ୍ରବାର ଦିନ ଆରବିଆଇ ଏହାର ଡିଭିଡେଣ୍ଡ ବା ଲାଭାଂଶ ଘୋଷଣା କରିଛି। ସରକାରଙ୍କୁ ଲାଭାଂଶ ହସ୍ତାନ୍ତର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ଆରବିଆଇର କେନ୍ଦ୍ରୀୟ ବୋର୍ଡ ଏହାର ଅର୍ଥନୈତିକ ପୁଞ୍ଜି ଢାଞ୍ଚା (ଇସିଏଫ୍‌)ର ସମୀକ୍ଷା କରିଥିଲା। ଏହି ଆଧାରରେ ସରକାରଙ୍କୁ କେତେ ବଳକା ଅର୍ଥ ଦିଆଯିବ ତାହା ସ୍ଥିର କରାଯାଏ। ସରକାରଙ୍କୁ ଲାଭାଂଶ ହସ୍ତାନ୍ତର କରିବାର ଫର୍ମୁଲା ବିମଲ ଜାଲାନଙ୍କ ନେତୃତ୍ୱାଧୀନ ବିଶେଷଜ୍ଞ କମିଟିର ସୁପାରିଶ ଅନୁସାରେ ହୋଇଥାଏ। କମିଟିର ସୁପାରିଶ ଅନୁଯାୟୀ, କଣ୍ଟିଜେନ୍ସି ରିସ୍କ ବଫର(ସିଆର୍‌ବି) ଅଧୀନରେ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ଆରବିଆଇ ବହିର ୬.୫ ରୁ ୫.୫ ପ୍ରତିଶତ ମଧ୍ୟରେ ବଜାୟ ରଖିବା ଉଚିତ। ଚଳିତ ଆର୍ଥିକ ବର୍ଷ (୨୦୨୫-୨୬) ପାଇଁ କେନ୍ଦ୍ରୀୟ ବଜେଟରେ ରିଜର୍ଭ ବ୍ୟାଙ୍କ ଏବଂ ସାର୍ବଜନୀନ କ୍ଷେତ୍ରର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ୨.୫୬ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଇନ୍‌କମ୍‌ ଆକଳନ କରାଯାଇଛି।

ପାକିସ୍ତାନକୁ ମିଳିଛି ୮୫୦୦ କୋଟିର ଋଣ: 

ସୂଚନାଥାଉକି, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ୧ ବିଲିୟନ ଡଲାର (ପ୍ରାୟ ୮୫୦୦ କୋଟି ଟଙ୍କା)ର ଆର୍ଥିକ ସହାୟତା ଦେଇଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଯେତେବେଳେ ଆଇଏମ୍‌ଏଫ୍‌ ଏହି ନିଷ୍ପତ୍ତି ନେଇଥିଲା, ଏହାକୁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଆଇଏମ୍‌ଏଫ୍‌ କହିଛି ଯେ ସମସ୍ତ ସର୍ତ୍ତ ଏବଂ ଲକ୍ଷ୍ୟ ପୂରଣ କରିବା ପରେ ହିଁ ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ଦିଆଯାଇଛି। ଭାରତର କହିବା କଥା ହେଲା, ପାକିସ୍ତାନ ଏହି ରାଶିକୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିପାରେ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୧୬ ତାରିଖରେ ଆଇଏମଏଫକୁ କହିଥିଲେ ଯେ ପାକିସ୍ତାନକୁ ଦିଆଯାଇଥିବା ଆର୍ଥିକ ସହାୟତା ଉପରେ ପୁନର୍ବିଚାର କରିବା ଉଚିତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.